କେନ୍ଦ୍ରାପଡ଼ା ୭/୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ମହିପାଳ ସ୍ଥିତ ଟେଲିକମ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଦ୍ୱିତୀୟ ସଂନ୍ଧ୍ୟାରେ ଭାବଗ୍ରାହୀ କଳାନିକେତନ ଓ କଟକର ଅକ୍ଷୟ ମହାନ୍ତି ଟ୍ରଷ୍ଟ ଦ୍ୱାରା ଅକ୍ଷୟମହାନ୍ତି ସ୍ମୃତି ସଂନ୍ଧ୍ୟା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଅଜୟ ରାଉତ ଉଦ୍ଘାଟନ କରିଥିବା ବେଳେ ସଭାପତି ଅକ୍ଷୟ ପାଣି, ସମ୍ପାଦକ ଏମଡି ଜାହିଦ୍ ଖାଁ, ଅଧ୍ୟାପକ ମୋହନ ଜେନା ପ୍ରମୁଖ ଉପସ୍ଥିତଥିଲେ । ଅକ୍ଷୟଙ୍କ ଶିଷ୍ୟ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ଉପେନ୍ଦ୍ର ପାଢି, ନିରୁପମା ଜେନା, ରଞ୍ଜନ ବରାଳ, ବଳରାମ ମଲ୍ଲିକ, କୈଳାସ ପରିଡା, ଅଜୟ ଜେନାଙ୍କ କଣ୍ଠରେ ବେତାଜ ବାଦସାହା ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସଙ୍ଗିତରେ ଦର୍ଶକ ବିଭୋର ହେଇଥିଲେ । ଏହାପରେ ‘ନାଚେ ବଂଶି ନାଚେ ଘୁଙ୍ଗୁର’ ଏବଂ ‘ଯାରେ ଭାସି ଯା’ ସଙ୍ଗିତରେ ରୁପାଲି ସୁତାର, ସ୍ମୃତି ରେଖା ବିଶ୍ୱାଳ, ପ୍ରତିକ୍ଷା ନାୟକ, ନିବେଦିତା ନାୟକ, ରାଜଲକ୍ଷ୍ମୀ ପ୍ରଧାନ, କୁସୁମ ପଣ୍ଡା ଚିତାକର୍ଷକ ନୃତ୍ୟ ପରବେଷଣ କରିଥିଲେ । ସେହିପରି ବିମଳ ପରିଡାଙ୍କ କଣ୍ଠରେ କେତେ ଘେନି ଯାଉଛ, ନଦୀ ତୋର ଦେଇଥିଲି ନାଁ, ଏହି ଯେ ବନଲତା ପାହାଡ ପ୍ରମୁଖ ଅକ୍ଷୟ ସଙ୍ଗିତରେ ସମବେତ ଶ୍ରୋତାମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇଥିଲା । ଗତକାଲି ଉଦ୍ଘାଟନ ଉତ୍ସବରେ ଭାବଗ୍ରାହୀ କଳାନିକେତନ ପକ୍ଷରୁ ଉଦ୍ ଅପରାହ୍ନରେ କେମ ପକ୍ଷରୁ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାକୁ କେମର ସଦସ୍ୟ ପ୍ରଶାନ୍ତ ଆଚାର୍ଯ୍ୟ, ସଂଦିପ କୁମାର ସାହୁ, ରାଜେନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ । ଏହାପରେ କେନ୍ଦ୍ରାପଡାର ଶ୍ରୀ ବଳଦେବଜୀଉ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଦ୍ୱାରା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ଡଃ ଗିରିଜାକାନ୍ତ ସାଦଙ୍କ ନିର୍ଦ୍ଦେଶନାରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ “ପେଟେଣ୍ଟ ମେଡିସିନ” ପରିବେଷଣ କରାଯାଇଥିଲା । ତାପରେ କେନ୍ଦ୍ରାପଡାର ବଳଦେବଜୀୟୁ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ନୃତ୍ୟ ଗୁରୁ ଦିପକ ସାହୁଙ୍କ ସଂଯୋଜନାରେ ନୃତ୍ୟ ପରବେଷଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରତାପ ସ୍ୱାଇଁ, ମଞ୍ଜୁଶ୍ରୀ ଦାସ, ଅମ୍ରିନ ସାହାଦତ, ନିଶିକାନ୍ତ ସେଠୀ, ବଂଶିଧର ମହାନ୍ତି, ସରୋଜ ସାହୁ, ଶାନ୍ତନୁ ମଲ୍ଲିକ,ତାରିଣି ପାଟ୍ଟେଯାଶୀଶିବ ଚରଣ ସାମଲ ପ୍ରମୁଖ ସହଯୋଗ କରିଥିଲେ ।
kanikanews.in
Next Post
ଜିଲ୍ଲା ସଂସ୍କୃତି ଭବନକୁ ରାମ୍ପ ନିର୍ମାଣ ପାଇଁ ପୁନର୍ବାସର ଦାବି
Tue Jan 7 , 2025
କେନ୍ଦ୍ରାପଡା ୭/୧-କେନ୍ଦ୍ରାପଡ଼ା ସହର ଉପଖଣ୍ଡ ଗୁଆଳସିଂ ଠାରେ ଥିବା ଜିଲ୍ଲା ସଂସ୍କୃତି ଭବନକୁ ହୁଇଲ୍ ଚେୟାର ବ୍ୟବହାରକାରୀ ଏବଂ ଚଳନଶକ୍ତି ବାଧିତ ବ୍ୟକ୍ତିମାନଙ୍କ ସହଜ ପ୍ରବେଶ ନିମନ୍ତେ ପୁନର୍ବାସ ପକ୍ଷରୁ ରାମ୍ପ ନିର୍ମାଣ ପାଇଁ ଦାବି କରାଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ମୁନିସିପାଲଟି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ତରଫରୁ ଏହାର କାର୍ଯ୍ୟକାରୀ ପରିଷଦର ସଦସ୍ୟ ବଂଶ୍ରୀଧର […]

You May Like
- 8 months ago
ବିଶ୍ୱ ଏଡସ ଦିବସ : ସଚେତନତା ହିଁ ପ୍ରକୃତ ନିଦାନ
- 2 years ago
ଗୋପରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ବିଧାୟକ
- 4 months ago
ପଟାମୁଣ୍ଡାଇରେ ହୋଲି ଉତ୍ସବ ଓ ରାଜମେଳଣ