ପୁସ୍ତକମେଳାର ତୃତୀୟ ସନ୍ଧ୍ୟା ୫ ଜଣଙ୍କୁ ଜିଲ୍ଲା ଗୌରବ ସମ୍ମାନ



କେନ୍ଦ୍ରାପଡା,୮ା୧: ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଭା ଆଲୋଚନା ଚକ୍ର, ସାହିତ୍ୟରେ ମାନବବାଦ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ତଥା ଭାରତୀୟ ରେଳପଥ ଟ୍ରାଫିକ ସେବାର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କୃପାସାଗର ସାହୁ ଯୋଗଦେଇ କହିଲେ ସାହିତ୍ୟ ମଣିଷ ଜୀବନ, ଯନ୍ତ୍ରଣା, ପରିବେଶ ସମ୍ପର୍କରେ ନ କହିଲେ ସେ ସାହିତ୍ୟ କାଳଜୟୀ ହୋଇପାରିବ ନାହିଁ । ହୋଇପାରେ ଆମେରିକାର ନାସ ପ୍ରଥା ବିଲୋପ ପାଇଁ ‘ଟମକଙ୍କାଙ୍କ କୁଟୀର’, ମାକ୍ସସ୍ମିଗର୍କୀଙ୍କ ମା ଉପନ୍ୟାସ ଯାହାକି ଋଷର ରାଷ୍ଟ୍ର ବିପ୍ଳବ ଆଣିଥିଲା । ସେହିପରି ଗୋଦାନ, ଲକ୍ଷ୍ମୀପୁରାଣ, ଓଡିଆ ଭାଗବତ, ରେବତୀ ଗଳ୍ପ ଓ ଛ ମାଣ ଆଠ ଗୁଣ୍ଠ ଇତ୍ୟାଦି ମାନବବାଦର ବାର୍ତ୍ତା ବହନ କରେ । ମୁଖ୍ୟବକ୍ତା ଭାବରେ କବି ଓ ସ୍ତମ୍ଭକାର ନିରାକାର ଦାସ ଯୋଗ ଦେଇ କହିଲେ ଯେତେବେଳେ ସାହିତ୍ୟ ସମାଜର ସର୍ବହରା ମଣିଷ କଥା କହିବ ସେହି ସାହିତ୍ୟ ମାନବବାଦୀ ସାହିତ୍ୟ ପଦବାଚ୍ୟ ହେବ । ଓଡିଆ ସାହିତ୍ୟରେ ମାନବବାଦ ଆଲୋଚନା ଚକ୍ରରେ ଭାଗ ନେଇ ଅତିଥିମାନେ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ଲେଖିକା ସୁନନ୍ଦା ପ୍ରଧାନ, ଶିକ୍ଷାବିତ୍ ଡଃ ସର୍ବେଶ୍ୱର ସେଣ, ସୁରେନ୍ଦ୍ର ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏଥିରେ ପ୍ରାବନ୍ଧିକ ଅଲେଖ କୁମାର ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଦୀପ କୁମାର ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଶିଷ୍ଟ କବି ସଦାଶିବ ଦାସଙ୍କୁ ଅଣୁକବି ବ୍ରହ୍ମାନନ୍ଦ ଦାସ ଓ କେନ୍ଦ୍ରାପଡା ଜିଲ୍ଲା ସମ୍ମାନ, ନବଘନ ନାୟକଙ୍କୁ କେନ୍ଦ୍ରାପଡା ଜିଲ୍ଲା ସମ୍ବାଦ ସାହିତ୍ୟ ଗୌରବ, ଆକବର ଅଲ୍ଲୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ସମାଜ ସେବା ଗୋରବ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କେନ୍ଦ୍ରାପଡା ଜିଲ୍ଲା ଚିତ୍ରକଳା ଗୌରବ ସମ୍ମାନ ଓ ଆଦିକନ୍ଦ ସାହୁଙ୍କୁ କେନ୍ଦ୍ରାପଡା ଜିଲ୍ଲା ସମ୍ବାଦ ସାହିତ୍ୟ ଗୌରବ ସମ୍ମାନରେ ମୁଖ୍ୟ ଅତିଥି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପଣ୍ଡିତ ବାସୁଦେବ ପ୍ରସାଦ ଆଚାର୍ଯ୍ୟଙ୍କ ପୁସ୍ତକ ସଂଯୁକ୍ତ ଓ ଶିକ୍ଷକ ନୃସିଂହ ତ୍ରିପାଠୀଙ୍କ ରଚିତ ପୁସ୍‌ତକ ପିଲାଙ୍କର ପ୍ରିୟ ନୃସିଂହ ସାର ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ କରାଯାଇଥିଲା । କବି ଅଶୋକ ସାହୁ, କାକୁଲି ମଲ୍ଲିକ ଓ ନିରୁପମା ଦାସଙ୍କ ମିଳିତ ସଂଯୋଜନାରେ ଏକ କବିତା ପାଠୋତ୍ସବ କରାଯାଇଥିଲା । ଏହି ସଭାରେ କେମ୍‌ର ପ୍ରତିଷ୍ଠାତା ଡଃ ବିରଜା ରାଉତରାୟ, ସଭାପତି ଅକ୍ଷୟ ପାଣି, ସମ୍ପାଦକ ଏମଡି ଜାହିଦ୍ ଖାଁ, ନୃସିଂହ ଚରଣ ତ୍ରିପାଠୀ, ଶ୍ରୀଧର ଭୋଳ, ମନୋରଞ୍ଜନ ତ୍ରିପାଠୀ, ଆଦିକନ୍ଦ ରାଉଳ, ଅବନ୍ତୀ ବେହେରା, ରଣଧିର ଜେନା, ଡଃ ନାରାୟଣ ପ୍ରସାଦ ଜେନା, ଆଦିକନ୍ଦ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବାହ୍ନରେ ପୁନର୍ବାସ ପକ୍ଷରୁ ଦୃଷ୍ଟିବାଧିତ କଣ୍ଠଶିଳ୍ପୀ ରଞ୍ଜିତ ରଞ୍ଜନ ନାୟକଙ୍କ ସଂଯୋଜନାରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏହି ଭଜନ ସନ୍ଧ୍ୟାରେ ଭିନ୍ନକ୍ଷମ କଳାକାର ସାରଦା ପ୍ରସାଦ ନାୟକ, ବିଷ୍ଣୁ କୁମାର, ଶାନ୍ତିଲତା, ସୌମ୍ୟ ରଞ୍ଜନ ଓ ରାଜା ପ୍ରମୁଖ ଭଜନ ପରିବେଷଣ କରିଥିଲେ । ସନ୍ଧ୍ୟାବେଳେ ସୃଜନ ଦିଗନ୍ତ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ପୁସ୍ତକମେଳାରେ ୫୨ଟି ଷ୍ଟଲ୍ ଖୋଲାଯାଇଛି । ପୁସ୍ତକ କିଣିବା ପାଇଁ ଗ୍ରାହକଙ୍କର ପ୍ରବଳ ଭିଡ ଲାଗିଛି । ଆଜିର କାର୍ଯ୍ୟକ୍ରମରେ କେମ୍‌ର ସଦସ୍ୟ ଅଭିମନ୍ୟୁ ରାଉତ, ସ୍ୱପ୍ନାଂଶୁ ଦାସ, ପ୍ରତାପ ସ୍ୱାଇଁ, ଜ୍ୟୋତିରଞ୍ଜନ ନାୟକ, ଶେଷଦେବ ଦାସ, ଅମ୍ରିନ ଶାହାଦତ୍‌, ଗୀତା ସ୍ୱାଇଁ, ଶିବ ଚରଣ ସାମଲ, ଶାନ୍ତନୁ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Next Post

ନିଲାମ ହୋଇପାରୁନି ବାଲି ସୈରାତ ଚୋରାରେ ଚାଲିଛି ବାଲି ଉଠାଣ

Wed Jan 8 , 2025
କେନ୍ଦ୍ରାପଡ଼ା,୮ା୧: କେନ୍ଦ୍ରାପଡା ଜିଲ୍ଲାରେ ୭ଟି ନଦୀ ଓ ୨୭ଟି ଉପନଦୀ ରହିଥିବା ବେଳେ ଏଠାରେ ଥିବା ବାଲି ସୈରାତ ନିଲାମ ହୋଇପାରୁନାହିଁ। ମାତ୍ର ଗୋଟିଏ ବାଲି ସୈରାତକୁ ଛାଡି ଦେଲେ ଅନ୍ୟ ସୈରାତ ଗୁଡିକରୁ ଚୋରାରେ ବାଲି ଉଠାଣ ହେଉଛି। ଏହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି ବୋଲି ମାଟି ବାଲି ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୋଲିସ, ଖଣି […]

KANIKA