ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡି ଶୁଭ ଉଦଘାଟନ



କେନ୍ଦ୍ରାପଡ଼ା,୧୦ା୧: ଜମଧରସ୍ଥିତ ନିୟନ୍ତ୍ରିତ ବଜାର କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଫିତା କାଟି ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଷାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ସମବାୟ ସମିତି ସମୁହର ବରିଷ୍ଠ ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସଚ୍ଚିିଦାନନ୍ଦ ଜେନା, ଯୋଗାଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ଓ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଯୋଗଦେଇଥିଲେ। ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ଆଜି ଠାରୁ ସମସ୍ତ ୧୨୩ ଗୋଟି ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଛି।


Next Post

କେନ୍ଦ୍ରାପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚେତାବନୀ ସମାବେଶ

Fri Jan 10 , 2025
ଦାବି ପୂରଣ ନହେଲେ ପ୍ରଶାସନକୁ ଅଚଳ କରି ଦିଆଯିବ କେନ୍ଦ୍ରାପଡ଼ା, ୧୦ା୧: ପାଞ୍ଚଦଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଶୁକ୍ରବାର ରାଜ୍ୟ ବ୍ୟାପି ଚେତାବନୀ ସମାବେଶ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାଗଚାଷୀଙ୍କୁ କ୍ଷତିପୂରଣ, ରାଜ୍ୟବ୍ୟାପୀ ମଣ୍ଡି ଖୋଲିବା ଏବଂ ମୃତ କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ ଦାବିରେ ଆହୁତ ଏହି ବିକ୍ଷୋଭରେ କୁହାଯାଇଛି ଯେ […]

KANIKA