ଯୁବଶକ୍ତିର ସାମଗ୍ରୀକ ବିକାଶ ହେଲେ ଜିଲ୍ଲାର ବିକାଶ ସମ୍ଭବ


ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟା


କେନ୍ଦ୍ରାପଡା,୧୧ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ସହରସ୍ଥିତ ଟେଲିକମ ଗ୍ରାଉଣ୍ଡ ପରିସରରେ ଦ୍ୱାବିଂଶ କେନ୍ଦ୍ରାପଡା ରାଜ୍ୟସ୍ତରୀୟ ପୁସ୍ତକମେଳାର ୬ଷ୍ଠ ଦିବସରେ କେମ ଦ୍ୱାରା ଆୟୋଜିତ ଆଶୁ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗୀତାରେ ବିଭିନ୍ନ ସ୍କୁଲରୁ ପ୍ରାୟ ୨୦୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଯେଉଁ ପ୍ରତିଯୋଗୀ ଠିକ ଉତ୍ତର ଦେଉଥିଲେ ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅତିଥି ଭାବରେ କେମ ସଦସ୍ୟ ଜ୍ୟୋତି ରଞ୍ଜନ ନାୟକ, ପ୍ରତାପ ସ୍ୱାଇଁ, ବଂଶୀଧର ମହାନ୍ତି, ନୃସିଂହ ତ୍ରିପାଠୀ, ଶାନ୍ତନୁ ମଲ୍ଲିକ, ଧର୍ମଦର୍ଶୀ କର,ଅଭିମନ୍ୟୁ ରାଉତ, ଶିବ ଚରଣ ସାମଲ, ଯଯାତି ମହାନ୍ତି, ହିମାଂଶୁ ଦାସ, ସରୋଜ ସାହୁ, ଶୁଭାଂଶୁ ଦାସ, ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ମହାପାତ୍ର ଓ ସନ୍ଦିପ ସାହୁ ପରିଚାଳନା କରିଥିଲେ । ଏହାପରେ ତିନୋଟି ସ୍ପନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମ୍ରିନ ସାହାଦତ୍ ଓ ଡଃ ଗିରିଜାକାନ୍ତ ଦାସ ସଂଯୋଜନାରେ ସ୍ପନ୍ଦନ-୧ “ଯୁବବର୍ଗଙ୍କ ଆତ୍ମନିର୍ଭରଶିଳତା ପାଇଁ ପ୍ରଶିକ୍ଷଣ ଓ ନିଯୁକ୍ତି ସୁଯୋଗ”, ସ୍ପନ୍ଦନ-୨ “ଯୁବ ଅକ୍ଷର ଶିଳ୍ପୀଙ୍କ ବହୁଭାଷୀ କଥା କବିତା ଆସର”, ସ୍ପନ୍ଦନ-୩ “ସଫଳ ପ୍ରତିଯୋଗିଙ୍କ ମୁହଁରୁ ସଫଳତାର ସୂତ୍ର” ଉପରେ ଦଳଗତ ଆଲୋଚନା ହୋଇଥିଲା । ସ୍ପନ୍ଦନ-୧ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଲକ୍ଷ୍ମୀନାରାୟଣ ଅଧିକାରୀ, ଯୁବ ଚିକିତ୍ସକ ପରଭେଜ୍ ଅଖତର୍‌, ସମବାୟବିତ୍ ସୁଶିଲ ସାମଲ ଓ କେମ୍‌ର ସଭାପତି ତଥା ସମବାୟବିତ୍ ଇଂ ଅକ୍ଷୟ କୁମାର ପାଣି ଅତିଥି ରୂପେ ଯୋଗଦେଇ ଯୁବଶକ୍ତିର ସାମଗ୍ରୀକ ବିକାଶ ହେଲେ ଜିଲ୍ଲାର ବିକାଶ ସମ୍ଭବ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଜମୀ ସାହାଦତ୍‌, ନୀତୁଶର୍ମା, ସୀତାରା କାଦ୍ରୀ, ପୂଜା ସ୍ୱାଇଁ ଓ ସତ୍ୟଜିତ୍ ବେହେରା ପ୍ରମୁଖ ପ୍ରଶାସନିକ ସେବା ଅଧିକାରୀ ହେବାରେ କେମିତି ସଫଳ ହେବ ତାହା ଉପରେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ଅତିଥିମାନେ ପ୍ରଦାନ କରିଥିଲେ । ସ୍ପନ୍ଦନ-୨ରେ ସ୍ୱତନ୍ତ୍ର କବିତା ଆସର ଅନୁଷ୍ଠିତ ହୋଇଥିଲା । ନୂଆ କବିତା ଲେଖିଥିବା ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପକ୍ଷରୁ କବିତା ପାଠ କରାଯାଇଥିଲା । ସ୍ପନ୍ଦନ-୩ରେ ସଫଳତାର ସୂତ୍ର କ୍ରମରେ ନୂତନ ଭାବେ ଚଳିତବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା ଇପ୍ସିତା ପ୍ରିୟଦର୍ଶନୀ, ପିନାକୀ ପାର୍ଥସାରଥୀ ଓ ଶୈଳେନ୍ଦ୍ର ମହାନ୍ତିଙ୍କ ସହ ଦଳଗତ ଆଲୋଚନା ହୋଇଥିଲା । ପୁସ୍ତକ ମେଳାରେ ପୁସ୍ତକ କିଣିବା ପାଇଁ ପୁସ୍ତକପ୍ରେମୀଙ୍କର ପ୍ରବଳ ଗହଳି ହୋଇଥିଲା । ଆଜିର ପୁସ୍ତକମେଳାରେ ପ୍ରଶାନ୍ତ ଆଚାର୍ଯ୍ୟ, ମଞ୍ଜୁଶ୍ରୀ ଦାଶ, ଶିବ ଶଙ୍କର ଦାଶ, ନିଶିକାନ୍ତ ସେଠୀ, ସମ୍ବିତ ସାହୁ, ଅଭିମନ୍ୟୁ ରାଉତ, ମିର୍ ବାରଖାନ୍ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading