କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ଗଠିତ



କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦର ଏକ ବୈଠକ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଛକସ୍ଥିତ ହୋଟେଲ୍ ଚଣ୍ଡିଆ ପ୍ୟାଲେସ୍ ପରିସରରେ ସ୍ତମ୍ଭକାର ଡଃ ସର୍ବେଶ୍ୱର ସେଣଙ୍କ ପୌରୋହିତ୍ୟରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ମାଟି କଳା, ସାହିତ୍ୟ ଓ ସଙ୍ଗୀତର ମାଟି ହୋଇଥିବାରୁ ଏଠାରେ ଗୋଟିଏ ନାଟ୍ୟ, କଳା, ସାହିତ୍ୟ, ସଙ୍ଗୀତର ମିଳିତ ଅନୁଷ୍ଠାନ ନଥିବାରୁ ଏକ ନୂତନ ଅନୁଷ୍ଠାନ ଗଠନ କରିବାକୁ ସ୍ଥିର କରାଗଲା । କେନ୍ଦ୍ରାପଡାରେ ବଣମଲ୍ଲୀ ପରି ମରି ହଜି ଯାଉଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି କେନ୍ଦ୍ରାପଡା କଳାର ଉତ୍କର୍ଷକୁ ଉଦ୍ଧେ୍ୱର୍ ତୋଳି ଧରିବାର ଉଦ୍ଦେଶ୍ୟ ନେଇ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ ଏକ ନୂତନ କମିଟି ଗଠନ କରାଗଲା । ଏଥିରେ ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ରତ୍ନାକର ସାହୁ, ଉପସଭାପତି ବିଦୁଭୂଷଣ ତ୍ରିପାଠୀ, ସଂଗ୍ରାମ କେଶରୀ ସାମଲ, ସାଧାରଣ ସମ୍ପାଦକ ବଳରାମ ସାହୁ, ସଂଗଠନ ସମ୍ପାଦକ ଗଗନ ବିହାରୀ ସିଂହ, ଯୁଗ୍ମ ସମ୍ପାଦକ କ୍ଷୀରୋଦ କୁମାର ନାଥ, କୋଷାଧ୍ୟକ୍ଷ ଭାବରେ ନିରାକାର ପ୍ରଧାନ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଏଥିସହ ମୁଖ୍ୟ-ଉପଦେଷ୍ଟା ଭାବରେ ଡଃ ସର୍ବେଶ୍ୱର ସେଣ, ଉପଦେଷ୍ଟା ଭାବେ ଶୁଭାଂଶୁ କୁମାର ଦାସ, ସୁବାଷ ଚନ୍ଦ୍ର ପାତ୍ର, ମେଜର ଭରତ ଚନ୍ଦ୍ର ଜେନା, ଅଭୟ ଶତପଥୀ, ପଞ୍ଚାନନ ମଲ୍ଲିକଙ୍କୁ ଚୟନ କରାଯାଇଥିବା ବେଳେ ସୁଶିଳ କୁମାର ସୂତାର, ପ୍ରମୋଦ ମହାନ୍ତି, ସୌଭାଗିନୀ ମହାପାତ୍ର, ପ୍ରତ୍ୟୁଷ କୁମାର ସାହୁ ସମେତ ଚାରିଜଣଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବରେ ବଛାଯାଇଥିଲା । ଶେଷରେ କ୍ଷୀରୋଦ କୁମାର ନାଥ ଧନ୍ୟବାଦ ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading