ତୃତୀୟ ଜିଲ୍ଲାସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଉଦ୍‌ଯାପିତ , ମେଡିଆ ଏକାଦଶ ଚମ୍ପିଆନ



କେନ୍ଦ୍ରାପଡା,୧୬ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପୋଲିସ ଏକାଦଶକୁ ହରାଇ ମେଡିଆ ଏକାଦଶ(ବି) ଚମ୍ପିଆନ ହୋଇଛି । ମେଡିଆ ଏକାଦଶ(ବି) ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୧୦ ଓଭରରେ ୧୯୯ରନ କରିଥିଲେ । ଏହାର ଜବାବରେ ପୋଲିସ ଏକାଦଶ ଟିମ ୧୦ଓଭର ବ୍ୟାଟିଂ କରି ୮୬ରନ କରିଥିଲେ । ଯାହାଫଳରେ ୩୩ରନରେ ମେଡିଆ ଏକାଦଶ(ବି) ବିଜୟୀ ହୋଇଥିଲା । ଏହି ଖେଳରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଏହି ଖେଳ ଏକ ବନ୍ଧୁତ୍ୱପୂର୍ଣ୍ଣ ଖେଳ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଜନ ସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଏହି ଖେଳ କରାଯାଇଥିଲା । ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବାରୁ ସମସ୍ତ ଖେଳାଳୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ଅତିଥିମାନେ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳରେ ମ୍ୟାନ ଅଫ ମ୍ୟାଚ ମେଡିଆ ଏକାଦଶର ଅନିରୁଦ୍ଧ ସ୍ୱାଇଁ ଓ ବେଷ୍ଟ ବ୍ୟାଟମ୍ୟାନ ପ୍ରଦ୍ୟୁମ୍ନ ସାହୁ, ମ୍ୟାନ ଅଫ ସିରିଜ ପୋଲିସ ଏକାଦଶର ସୌମ୍ୟ ନାୟକ ଓ ବେଷ୍ଟ ବୋଲର ଭାବେ ମହେଶ ମହାନ୍ତିଙ୍କୁ ଚୟନ କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ସେହି ଦିନ ପ୍ରଥମ ସେମିଫାଇନାଲ କେନ୍ଦ୍ରାପଡା ପୋଲିସ ଏକାଦଶ ଟିମ୍ ଓ ଜିଲ୍ଲା ଆଡ୍‌ମିନିଷ୍ଟ୍ରେଟର୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପୋଲିସ ଏକାଦଶ ଟିମ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲ ଜିଲ୍ଲା ମିଡିଆ ଟିମ୍ (ଏ) ଓ ଜିଲ୍ଲା ମିଡିଆ ଟିମ୍ (ବି) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ମିଡିଆ ଟିମ୍ (ବି) ବିଜୟୀ ହୋଇଥିଲା । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଦଳ ଭାଗ ନେଇଥିଲେ । ଏହି ମ୍ୟାଚ୍ ସନ୍ଧ୍ୟା ସାଢେ ୫ଟାରୁ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହୋଇଥିଲା । ଅମ୍ପେଆର ଭାବରେ ଏସକେ ଆଲମ୍ ଓ ଦେବାଶିଷ ପ୍ରିୟବ୍ରତ ଜେନା ପରିଚାଳନା କରିଥିବା ବେଳେ ସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ସମ୍ପାଦକ ସୌଭାଗ୍ୟ ରଞ୍ଜନ ଦାସ, ଜୌର୍ତିମୟୀ ଦାସ,ବରଦାକାନ୍ତ ବରାଳ, ଦିବ୍ୟରଞ୍ଜନ ବେହେରା, ବିବେକାନନ୍ଦ ନାୟକ, ସୂର୍ଯ୍ୟ ନାରାୟଣ ବେହେରା, ସୁକାନ୍ତ କୁମାର ଜେନା, ଉମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ସାହୁ, ଚିତ୍ତରଞ୍ଜନ ବେହେରା, ସ୍ମୃତିରଞ୍ଜନ ସ୍ୱାଇଁ, କ୍ରାନ୍ଦା ହାସଂଦା, ଦେବାଶିଷ ପଣ୍ଡା, ସୁଦାମ ଚରଣ ମଲ୍ଲିକ, କ୍ଷିରୋଦ କୁମାର ନନ୍ଦି ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading