ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ



କେନ୍ଦ୍ରାପଡ଼ା,୧୬ା୧: କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ଯୁବ ବ୍ୟାପାର, କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଶ୍ୱର ସର୍ବ ବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡାର କାର୍ଯ୍ୟକର୍ତ୍ତର୍ାମାନେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାର ସର୍ବ ବୃହତ ମହାବିଦ୍ୟାଳୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୫-ଟି ନାମରେ ନିର୍ମିତ ହେଇଥିବା ଭତ୍ତିଭୂମିର ମହାଦୁର୍ନୀତି ହୋଇଛି ଓ ୫ -ଟି ପ୍ରକଳ୍ପର ଠିକାଦାର ନିମ୍ନମାନର କାମ କରିଛନ୍ତି। ଯାହା ଫଳରେ ଏହି ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଗୁରୁତର ବାଧା ଉପୁଜିଛି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି ଅଖିଳ ଭାରତୀୟ ଛାତ୍ର ପରିଷଦ। ଏହା ସହିତ କେନ୍ଦ୍ରାପଡା କଲେଜର କୈାଣସି ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ତୁରନ୍ତ ଜଣେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ଦାବି କରାଯାଇଛି। ଖରା ଦିନ ହେଲେ ପିଲା ମାନେ ପାଣି ପିଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେହିପରି କେନ୍ଦ୍ରାପଡା ସନ୍ଧ୍ୟା ମହାବିଦ୍ୟାଳୟର ସ୍ୱତନ୍ତ୍ର ଖେଳ ପଡିଆ ଓ କନ୍ଫରେନ୍ସ ହଲର ସୁବିଧା ନାହିଁ, ମହାକାଳପଡା ବାୟାବାବା କଲେଜରେ ପାଚେରୀ ନଥିବାରୁ ସେହି କଲେଜ ପରିସରରେ ଅନେକ ଅଣଛାତ୍ର ପ୍ରବେଶ କରୁଛନ୍ତି ଯାହା ଫଳରେ କ୍ୟାମ୍ପସ ଭିତରେ ବିଶୃଙ୍ଖଳା ସୃଷ୍ଟି ହେଉଛି, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଶୌଚାଳୟର ସୁବିଧା ନାହିଁ । ଜିଲ୍ଲାର ଏହିସବୁ୍ନ ଶିକ୍ଷା ସମସ୍ୟାକୁ ନେଇ ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ କଟକ ବିଭାଗ ସହ -ସଂଯୋଜକ ସତ୍ୟ ରଞ୍ଜନ ନାୟକ, ପୂର୍ବ ପ୍ରାନ୍ତ ଏସଏଫଡି ସହ ସଂଯୋଜକ ଶଶି ପ୍ରସାଦ ମହାରଣା, ଜିଲ୍ଲା ସହ -ସଂଯୋଜକ ଚିନ୍ମୟ ପ୍ରସାଦ ବାହାଲିଆ, ରାଜ୍ୟ କାର୍ଯ୍ୟକାରିଣୀ ହରିଶ କୁମାର ରାଉତ, ନଗର ସମ୍ପାଦକ ଶ୍ରୀକାନ୍ତ କର , ସହ ସମ୍ପାଦକ ସୌମ୍ୟ ରଞ୍ଜନ ନାୟକ, ସହ ସମ୍ପାଦିକା ତୁଳସୀ ମଲ୍ଲିକ, କ୍ୟାମ୍ପସ ସଭାପତି ସୋମନାଥ ନାୟକ, କ୍ୟାମ୍ପସ ସମ୍ପାଦକ ଶୁଭମ୍ ସାହୁ, କ୍ୟାମ୍ପସ ଉପ ସଭାପତି ଯଶୋବନ୍ତ ପାତ୍ର ଓ ସୌମ୍ୟକାନ୍ତ ସ୍ୱାଇଁ, ରୂପାଲି ରାଉତ, ଭାଗ୍ୟଶ୍ରୀ ଚୁଳି, ସାନ୍ଧ୍ୟ ମହାବିଦ୍ୟାଳୟ ସଭାପତି ଜୀବନ ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading