ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ



କେନ୍ଦ୍ରାପଡ଼ା,୧୮ା୧: ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଗତ ୭ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ୧୦୨ଜଣ ଛାତ୍ରୀ ଯୋଗଦେଇ ଆତ୍ମ ସୁରକ୍ଷା କୈାଶଳ ତାଲିମ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିର ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ସରକାରଙ୍କ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରି ଛାତ୍ରୀମାନଙ୍କ ଭବିଷ୍ୟତ ଜୀବନ ମଙ୍ଗଳମୟ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶିକ୍ଷା ବିବାଗର ବରିଷ୍ଠ ଅଧ୍ୟାପିକା ଡ. ରତ୍ନମଞ୍ଜରୀ ଦାସ ଯୋଗଦେଇ ସଂପ୍ରତ୍ତି ବାଳିକା ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ମତପ୍ରକାଶ କରିଥିଲେ। ଅନ୍ୟତମ ବକ୍ତା ଭାବେ ସେହି ଶିକ୍ଷାନୁଷ୍ଠାନର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ହେମନ୍ତ କୁମାର ଶତପଥୀ, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଅମ୍ଳାନକରଣ ରାଉତ, ଡ. ପ୍ରମୋଦ କୁମାର ରାଉତ ପ୍ରମୁଖ ଯୋଗଦେଇ ବାଳିକା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦିଲ୍ଲିପ କୁମାର ସ୍ୱାଇଁ, ଦିନବନ୍ଧୁ ରାଉତ, ଅର୍ଚ୍ଚନା ବେହେରା, ରାକେଶ ସାହୁ, ହେମନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ଶୁଭଶ୍ରୀ ରାଉତ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପ୍ରିତୀଲକ୍ଷ୍ମୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡ. ହିମାଂଶୁ ଭୂଷଣ ପରିଡା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading