ନିମପୁର ଶାସନ ହାଇସ୍କୁଲ ବାର୍ଷିକ ଉତ୍ସବ


ପଟ୍ଟାମୁଣ୍ଡାଇ,୧୮/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ହାଇସ୍କୁଲ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଳକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ, ପୂର୍ବତନ ପ୍ରଧାନଶିକ୍ଷକ ସଚିତ୍ର ବେହୁରା, ଆଳି ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଉଦକର ସାମଲ, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ, ଶାସନ ସରପଂଚ ସଂଗ୍ରାମ ବାରିକ, ସମିତିସଭ୍ୟା ଡଲି ପରିଡା, ସିଆରସିସି ଲକ୍ଷ୍ମଣ ସେଠୀ, ପୂର୍ବତନ ପ୍ରଧାନଶିକ୍ଷକ ପ୍ରେମାନନ୍ଦ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ବାସୁଦେବ ସେଠୀ, ପୂର୍ବତନ ପ୍ରଧାନଶିକ୍ଷୟତ୍ରୀ ସ୍ନେହଲତା ଆଚାର୍ଯ୍ୟ, ଶିକ୍ଷାବିତ ଧର୍ମ ପ୍ରକାଶ ଆଚାର୍ଯ୍ୟ, ଶୁକଦେବ ଦାସ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ପ୍ରଜ୍ଞା ମହାଳି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେସ୍ମାରକୀ ପ୍ରୀୟଦର୍ଶିନୀ ବାର୍ଷିକ ବିବରଣୀ ପାଠ କରିଥିଲେI ସହକାରୀ ଶିକ୍ଷୟତ୍ରୀ ମମତା ଡଷଙ୍ଗୀ ଧନ୍ୟବାଦ ଦେଇଥିଲେ। ଏହି ବାର୍ଷୀକ ଉତ୍ସବକୁ ସହକାରୀ ଶିକ୍ଷୟତ୍ରୀ ମୀନତୀ ଜେନା , ଜନ୍ମେଞୟ ସ୍ବାଇଁ, ହରିଶଙ୍କର ନାଥ, , ଗୀତାଞଳୀ ମିଶ୍ର, ନିବେଦିତା ଦାସ, ହରପ୍ରିୟା ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସରସ୍ବତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଚନ୍ଦ୍ରଭାନୁ ମଲ୍ଲିକ, ଗଗନ ବିହାରୀ ଭୂୟାଁ, ବିଷୁ ଚରଣ ଧଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


Next Post

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଭା

Sun Jan 19 , 2025
କେନ୍ଦ୍ରାପଡା,୧୯ା୧: ବାରୋସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଂଯୋଜନାରେ ସୁସ୍ଥ ଗାଁ ଓ ସୁସ୍ଥ ସମାଜ ଗଢି ତୋଳିବାର ଉଦ୍ଦେଶ୍ୟ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ସଭାର ଆୟୋଜନ ହୋଇଥିଲା । ଲୋକ ସଚେତନ ହେଲେ ସତ୍‌ସଂକଳ୍ପ ନେଇପାରିବେ ଏବଂ ସଠିକ୍ ମାର୍ଗରେ ପରିଚାଳିତ ହୋଇ ନିଜର ସ୍ୱାସ୍ଥ୍ୟ ରକ୍ଷା କରିପାରିବେ ବୋଲି ଆଲୋଚନା ହୋଇଥିଲା । ଦେହ ଖରାପ ହେଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ […]

KANIKA