
ପଟ୍ଟାମୁଣ୍ଡାଇ ତା ୧୯/୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅରଡ଼ପଲ୍ଲୀ ଆଞ୍ଚଳିକ ସରକାରୀ ହାଇସ୍କୁଲ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶରତ ମଲିକଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅରଡ଼ପଲ୍ଲୀ ସରପଞ୍ଚ ବୁଦ୍ଧିରାମ ବେହେରା ମୁଖ୍ୟଅତିଥି, ପଞ୍ଚସଖା ସେତୁ ଅଭିଯାନ କମିଟି ସଭାପତି ଚୌଧୁରୀ ସତ୍ୟବ୍ରତ ରାୟ ମୁଖ୍ୟବକ୍ତା ଓ ନାରୀନେତ୍ରୀ ମମତା ଘଡାଇ, ଶିକ୍ଷାବିତ ପ୍ରମୋଦ ତ୍ରିପାଠୀ ସି ଆର ସି ସି ରଞ୍ଜନ ବେହେରା, ରୋଜିନା ରାଉତ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ କ୍ରୀଡାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କ୍ରୀଡା ଶିକ୍ଷକ ସହଦେଵ ଘଡାଇ ସ୍ୱାଗତଭାଷଣ ଓ ପ୍ରଶାନ୍ତ ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ ।ଏହି ବାର୍ଷିକ କ୍ରୀଡାରେ ସିନିଅର ବାଳକ ବିଭାଗରେ ରାକେଶ ଜେନା, ବାଳିକା ବିଭାଗରେ ଭାଗ୍ୟଲଷ୍ମୀ ନାୟକ, ଜୁନିଅର ବାଳକ ବିଭାଗରେ ଶୁଭମ ବେହେରା ଓ ବାଳିକା ବିଭାଗରେ ସଂଯୁକ୍ତା ବେହେରା ଚମ୍ପିୟାନ ହୋଇ ଥିଲେ ।ଶେଷରେ ସୋନମ ଦାସ ଧନ୍ୟବାଦ ଦେଇଥିଲେ। ଏହି ବାର୍ଷିକ କ୍ରୀଡା ଉତ୍ସବକୁ ଶୈଳବାଳା ଲେଙ୍କା, ବିଶାଖା ରାଉତରାୟ, ପ୍ରଜ୍ଞାଜ୍ୟୋତି ପ୍ରଧାନ,ରାଖାଲ ସାହୁ,ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ରୀତିପଦ୍ମା ଦାଶ, ମମତା ମହାପାତ୍ର, ଗୀତା ଦାସ, ଲଳିତ ରାଉତ, ସଂଯୁକ୍ତା ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।











