ଦେଶପ୍ରେମୀ ସୃଷ୍ଟି ହେବା ପାଇଁ ଶିକ୍ଷାନୁଷ୍ଠାନମାନେ ତତ୍ପର ହେବା ଦରକାର



କେନ୍ଦ୍ରାପଡ଼ା,୨୭ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗରସ୍ଥିତ ଶୀବାୟ ଟ୍ୟୁଟୋରିଆଲ୍‌ସର ଛାତ୍ରଛାତ୍ରୀମାନେ ସାଧାରଣତନ୍ତ୍ର ଦିବସ ଓ ଅନୁଷ୍ଠାନର ୧୪ତମ ବାର୍ଷିକ ଉତ୍ସବ ପାଳନ କରିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଜଗଦାନନ୍ଦ ଜେନା ଓ ମୁଖ୍ୟବକ୍ତା ଭାବରେ ଗାଳ୍ପୀକା ଅବନ୍ତୀ ବେହେରା ଯୋଗଦେଇ ଶିକ୍ଷା ସହିତ ସଂସ୍କୃତିର ସଠିକ୍ ପ୍ରୟୋଗ କରି ଶିକ୍ଷାନୁଷ୍ଠାନମାନେ ଦେଶପ୍ରେମୀ ତଥା ସାମାଜିକ ଦାୟୀତ୍ୱ ସମ୍ପନ୍ନ ନାଗରିକ ସୃଷ୍ଟି କରିବା ପାଇଁ ତତ୍ପର ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ପିତବାସ ବେହେରା, ରବିନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ଦାସ ଓ ରଣଧୀର ଜେନା ଯୋଗଦେଇ ସମାଜରୁ ଅନ୍ଧବିଶ୍ୱାସ ଦୁରେଇବା ପାଇଁ ମତ ଦେଇଥିଲେ । ପ୍ରାରମ୍ଭରେ କବି ମେଜର ଭରତଚନ୍ଦ୍ର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଜ୍ଞା ପରମିତା ରାଉତ, ରାଜେନ୍ଦ୍ର ମହାପାତ୍ର ଓ ବ୍ୟଙ୍ଗକବି ଶ୍ରୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଦେଶାତ୍ମବୋଧକ କବିତା, ନୃତ୍ୟ, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ନିହାରିକା ପ୍ରିୟଦର୍ଶିନୀ ନାୟକ, ଲିଜାରାଣୀ ମଳିକ, ମୌସୁମୀ ଜ୍ୟୋତିଗିରି, ଅଙ୍କିତା ପ୍ରଧାନ, ସୁଶ୍ରୀ ସଂଗୀତା ଜେନା, ପ୍ରତିତିଶ୍ରୀ ଦାସ, ସୌମ୍ୟାଶ୍ରୀ ଦାସ, ଇତିଶ୍ରୀ ଦାସ ଓ ଶୃତି କବାଟ, କବିତା ଘଡାଇ, ଜ୍ଞାନଶ୍ରୀ ରାଉତ, କିଶୋରୀ ସାହୁ, ବିଜୟଲକ୍ଷ୍ମୀ ପଣ୍ଡା, ହରପ୍ରିୟା ମଳିକ, କବିତା ମଳିକ, ଜ୍ୟୋସ୍ନାରାଣୀ ମହାରଣା, ଶୁଭଲକ୍ଷ୍ମୀ ଦାସ, ଅର୍ପିତା ନାଥ, ସାହିଲ ଖାନ୍‌, ଶୁଭମ ରାଓ, ଗୋବିନ୍ଦ ଭୂୟାଁ, ଆଦିତ୍ୟ ପାତ୍ର, ସୌମ୍ୟରଞ୍ଜନ କବାଟ, ରଶ୍ମିରଞ୍ଜନ ସାହୁ, ଦେବେନ୍ଦ୍ର ରାଓ, ଈଶ୍ୱର ଦାସ, ଉମେଶ ଦାସ, ଫରାନ୍ ଖାନ୍ ସମସ୍ତ ପ୍ରତିଯୋଗିଙ୍କୁ ଅନୁଷ୍ଠାନ ତରଫରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଟପର୍ ଜ୍ୟୋସ୍ନାରାଣୀ ମହାରଣା, ମାନସ ରଞ୍ଜନ ଘଡାଇ, କବିତା ଘଡାଇ ଓ ଜ୍ଞାନରଞ୍ଜନ ସାହୁଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଲିଜାରାଣୀ ମଳିକଙ୍କୁ ସବଶ୍ରେଷ୍ଠ ଛାତ୍ରୀ-୨୦୨୫ ସମ୍ମାନ ପ୍ରଦାନ କରାଯାଇଥିଲା । ଶିକ୍ଷାବିତ୍ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading