କନ୍ଧା ଚାଷୀଙ୍କ ମହାସମାବେଶ , ହକ୍ ପାଇଁ ଚାଷୀ ହେଲେ ଏକ 



କେନ୍ଦ୍ରାପଡ଼ା, ୨୯ା୧ : ରାମଚଣ୍ଡି କୃଷକ ସଭା ଓ ଅଖିଳ ଭାରତ କୃଷକ ସଭାର ମିଳିତ ଡାକରାରେ ଗୋପ ଛକ ଠାରୁ ଏକବିଶାଳ କୃଷକ ଶୋଭାଯାତ୍ରା, ସାଥି ନିରଞ୍ଜନ ଦାଶ, ସାଥି ବିଚିତ୍ର ମଲ୍ଲ, ସାଥି ସୁବାଷ ମହାପାତ୍ର, ସାଥି ଶୋହାନା ବେଗମ୍‌, ସାଥି ଭଜହରି ପ୍ରଧାନ, ସାଥି ଅକ୍ଷୟ ମଲ୍ଲିକ ପମୁଖଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଲା ପରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ବିକ୍ଷୋଭ ସଭା ସେଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶୋକ ପ୍ରସ୍ତାବ ଆଗତ ପରେ ରାମଚଣ୍ଡୀ କୃଷକ ସଭାର ସାଧାରଣ ସଂପାଦକ ସାଥି କୈଳାସ ଚନ୍ଦ୍ର ସାହୁ ଦୀର୍ଘଦିନ ଧରି ମହାକାଳପଡା ତହସିଲରେ କନ୍ଧାଚାଷୀଙ୍କ ଇତିହାସ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ । ଏହାପରେ ରାମଚଣ୍ଡୀ କୃଷକସଭାର ସଭାପତି ସାଥି ପ୍ରଶାନ୍ତ କୁମାର ଚୌଧୁରୀ, ସଂଗଠନ ସମ୍ପାଦକ ସାଥି ହରେକୃଷ୍ଣ ମାଝି, ଉପ-ସଭାପତି ସାଥି ଧିରେନ୍ଦ୍ର କୁମାର ସାମଲ ପ୍ରଭୃତି ବର୍ତ୍ତମାନ ମିତଲ/ନିପନ ଘରୋଇ କମ୍ପାନି କାରଖାନା କରି ସରକାର ତାକୁ ସହଯୋଗ କରନ୍ତୁ ମାତ୍ର ଚାଷୀଙ୍କୁ ଉଚିତ୍ ଅର୍ଥ ଦେବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଅଖିଳ ଭାରତ କୃଷକ ସଭାର ଜାତୀୟ ଉପ-ସଭାପତି ସାଥି ଆଶିଷ କାନୁନଗୋ, ରାଜ୍ୟ ସାଧାରଣ ସମ୍ପାଦକ ସାଥି କ୍ଷୀରୋଦ ସିଂଦେଓ, ରାଜ୍ୟ ସଭାପତି ସାଥି ଶଶିଭୂଷଣ ସ୍ୱାଇଁ, ପୂର୍ବତନ ବିଧାୟକ ସାଥି ଏନ. ନାରାୟଣ ରେଡ୍ଡୀ, ସି.ପି.ଆଇର ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ଡା.ପ୍ରଶାନ୍ତ ମିଶ୍ର, ସାଥି ରମଣୀ ରଞ୍ଜନ ରାଉତରାୟ ପ୍ରମୁଖ ଏ ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ସରକାର କାରଖାନା କରନ୍ତୁ, ମାତ୍ର ଏକଶହ ବର୍ଷ ଧରି ଜମିରେ ଚାଷ କରୁଥିବା ଲୋକଙ୍କୁ ବିତାଡିତ ନ କରି ଏକର ପ୍ରତି ୫ କୋଟି ଟଙ୍କା ପ୍ରଦାନ କରିବା, କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବୃହତ ଶୀତଳ ଭଣ୍ଡାର, ସବୁ ଧାନକୁ ମଣ୍ଡିରେ ୩ହଜାର ଏକଶହ ଟଙ୍କାରେ କିଣିବା, ଚାଷୀକୁ ମାସିକ ଭତ୍ତା ୫ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ । ଏହି ସଭାରେ ସାଥି ଆଦିକନ୍ଦ ରାଉଳ, ଶିକ୍ଷକ ନେତା ସାଥି ଶ୍ରୀଚରଣ ସାମଲ, ସାଥି ସୀତାକାନ୍ତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ସ୍ୱାଇଁ, ସାଥି ପହଲି ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ୨ହଜାରରୁ ଉର୍ଦ୍ଧ୍ୱ କନ୍ଧାଚାଷୀ ଯୋଗଦେଇଥିଲେ।


Next Post

ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ସ୍ମ୍ରୁତି ଚାରଣ ସଭା

Wed Jan 29 , 2025
କେନ୍ଦ୍ରାପଡ଼ା, ୨୯ା୧: ସ୍ୱାଧିନତା ସଂଗ୍ରାମୀ ସ୍ମ୍ରୁତି ସଂସଦ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁଃଖିଶ୍ୟାମ ଜେନାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଂଗ୍ରାମୀଙ୍କ ସ୍ମ୍ରୁତି ଚାରଣ ଓ ସମ୍ବର୍ଦ୍ଧନା ସଭା ବଗଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବୀନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ ସଂସଦର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ପଣ୍ଡିତ ପ୍ରତାପ ପତି ସ୍ୱାଗତ ଭାଷଣ ଓ […]

You May Like