ବାଲି ଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ , ୩ ଆହତ



ପଟ୍ଟାମୁଣ୍ଡାଇ ୫/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନପୁର ବାଲି ଘାଟରୁ ବେଆଇନ ବାଲି ଉତୋଳନକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଚଉଦକୁଲାଟ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉ କି,ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ପଠାରୁ କେତେକ ଅସାମାଜିକ ବ୍ୟକ୍ତି ବାଲି ଚୋରାରେ ଚାଲାଣ କରି ଆସୁଛନ୍ତି । ଏଥିନେଇ ସ୍ଥାନୀୟ ଅଂଚଳର ଚାଷଜମୀ ବାଡି ବଗିଚା ଘରଦ୍ୱାର ବାଲି ଉଡି ଭର୍ତି ହୋଇଯାଉଛି । ବାଲି ଘାଟ ବନ୍ଦ କରିବାନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଦାବୀ ହୋଇ ଆସୁଥିଲା । ମାତ୍ର ପ୍ରଶାସନ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆନଯିବାରୁ ବଲି ମାଫିଆଙ୍କ ପାର୍ଦୃଭାବ ବଢିଚାଲିଥିଲା । ବୁଧବାର ଅପରାହ୍ନରେ କୌଣସି କାରଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ୩ ଜଣ ଗୁରୁତର ଆହତ ହୋଇ ପ୍ରଥମେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ତା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ତାନାନ୍ତର କରାଯାଇଥିବା ଜଣାପଡିଛି । ସେଠାରେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗୋଟିଏ ଜେସିବି ଜବତ କରିଛି।


Discover more from

Subscribe now to keep reading and get access to the full archive.

Continue reading