ଶ୍ରୀବଳଦେବଜୀଉଙ୍କ ମନ୍ଦିର ସୁରକ୍ଷା ନେଇ ବଳଦେବସେନା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର



କେନ୍ଦ୍ରାପଡ଼ା, ୫ା୨: ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ପ୍ରସଙ୍ଗ ଗୁଡିକରୁ ମୁଖ୍ୟତଃ ଶ୍ରୀଜୀଉଙ୍କ ଦେଉଳରେ ମୋବାଇଲ ଓ କ୍ୟାମେରା ନିଷେଧ କରାଯିବା ସହ ମନ୍ଦିରରେ ବିକାଶ ମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇ ତ୍ୱରାନିତ କରାଯିବାକୁ ଦାବି ହୋଇଛି। ସୂଚନା ଥାଉକି ରାଜ୍ୟର ସମସ୍ତ ପ୍ରସିଦ୍ଧ ତୀର୍ଥସ୍ଥଳୀ ଓ ମନ୍ଦିର ମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି। କିନ୍ତୁ ରାଜ୍ୟର ପ୍ରମୁଖ ତୀର୍ଥସ୍ଥଳୀ ତଥା ତୁଳସୀକ୍ଷେତ୍ରର ଅଧିପତିଙ୍କ ମନ୍ଦିରରେ କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ ହୋଇଛି। ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି। ଅନ୍ୟ ଏକ ପ୍ରସଙ୍ଗ ଯଥା ମନ୍ଦିରର ସୁରକ୍ଷା ଏବଂ ପବିତ୍ରତାକୁ ଗୁରୁତ୍ୱ ପ୍ରଦାନ କରି ମନ୍ଦିର ପରିସରରେ ମୋବାଇଲ ଓ କ୍ୟାମେରାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରିବାକୁ ସେନା ଦାବି କରିଛି। ଏସମ୍ପର୍କରେ ବହୁବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ। ଫଳରେ ମନ୍ଦିର ବେଢାରେ ଅନେକ ଲୋକେ ରିଲ୍ସ କରିବା ସହ ଶ୍ରୀଜୀଉଙ୍କ ଫଟୋ ଉତ୍ତୋଳନ କରି ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରୁଛନ୍ତି। ଯାହାଦ୍ୱାରା ମନ୍ଦିରର ପବିତ୍ରତା କ୍ଷୁର୍ଣ୍ଣ ହେଉଛି। ସେହିପରି ଭାବେ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ସହ ମନ୍ଦିର ବେଢାରେ ଲାଗିଥିବା ସିସିଟିଭି ଗୁଡ଼ିକର ମରାମତି କରିବାକୁ ମଧ୍ୟ ସେନା ଦାବି କରିଛି। ସିଂହ ଦ୍ୱାରରେ ଆବଶ୍ୟକୀୟ ଆରକ୍ଷୀ ବାହିନୀ ନଥିବାରୁ ଅନେକ ସମୟରେ ଅଣ ହିନ୍ଦୁମାନେ ମନ୍ଦିର ପରିସରକୁ ପ୍ରବେଶ କରିବା ସହ ଅନେକ ବ୍ୟକ୍ତି ମନ୍ଦିର ମଧ୍ୟକୁ ନିଶା ଦ୍ରବ୍ୟ ନେବାର ଘଟଣା ନଜରକୁ ଆସିଛି ବୋଲି ସେନା ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଉପଜିଲ୍ଲାପାଳ ଶ୍ରୀ ନାୟକ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରାଯିବା ସହ ବେଢ଼ା ପରିସରରେ ମୋବାଇଲ୍ ଓ କ୍ୟାମେରା ବନ୍ଦ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ବେଳେ ସେନା ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଆଶୁତୋଷ ପଣ୍ଡା, ଲଲାଟେନ୍ଦୁୁ ବେହେରା, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading