ବଜେଟ ୨୦୨୫-୨୬ରେ କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ,



କେନ୍ଦ୍ରାପଡ଼ା,୫ା୨: କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ହେଉଛି୨୦୨୫-୨୬ କେନ୍ଦ୍ରୀୟ ବଜେଟ। କର୍ପୋରେଟ ଲୁଣ୍ଠନ ପାଇଁ ବଜେଟ ଉଦ୍ଦିଷ୍ଟ ବୋଲି ଅବିହିତ କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ମଞ୍ଚ, ସ୍ୱାଧୀନ ଫେଡରେସନ ସମୂହ ଓ ଯୁବ, ଛାତ୍ର, ମହିଳା ସଂଗଠନମାନେ। ବୁଧବାର ଫେବୃୟାରୀ ୫ ଦେଶବ୍ୟାପୀ ମିଳିତ ପ୍ରତିବାଦ କରିବା ସହିତ ୨୦୨୫-୨୬ କେନ୍ଦ୍ର ବଜେଟକୁ ସର୍ବସାଧାରଣରେ ପୋଡିଛନ୍ତି । ଏହାସହିତ ଏକ ବିକଳ୍ପ ବଜେଟ ମଧ୍ୟ ଦେଶବାସୀଙ୍କ ନିକଟରେ ପେଶ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି ତାହା ଗରିବ ବିରୋଧୀ ଏବଂ ସରକାରଙ୍କ ଘନିଷ୍ଠ ମିତ୍ର-କର୍ପୋରେଟ୍ ସଂସ୍ଥା ଓ ଧନୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏକ ବଜେଟ। ଏମ୍‌.ଏସ୍‌.ପି.ର ଆଇନଗତ ଗ୍ୟାରେଣ୍ଟି ସୁନିଶ୍ଚିତ କରିବା, ଫସଲ ସଂଗ୍ରହରେ କ୍ରୟ ସମ୍ପ୍ରସାରଣ କିମ୍ବା କୃଷକମାନଙ୍କୁ ଋଣବୋଝରୁ ମୁକ୍ତ କରିବା ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ। ଏପରିକି ଫସଲର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସଂସଦୀୟ ସ୍ଥାୟୀ କମିଟିର ସୁପାରିସକୁ ମଧ୍ୟ କୌଣସି ଗୁରୁତ୍ୱ ଦିଆଯାଇନାହିଁ । ଶୀଘ୍ର ନିର୍ବାଚନୀ ଫାଇଦା ପାଇବା ଉଦ୍ଦେଶ୍ୟରେ ବହୁ ଚର୍ଚ୍ଚିତ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି। ଏହି କରଛାଡ଼ ଦର ବୃଦ୍ଧି, ଉଚ୍ଚ ହାରର ପରୋକ୍ଷ ଟିକସ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭ୍ରମଣ ଇତ୍ୟାଦି କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ସବୁ କିଛି ବାଧାପ୍ରାପ୍ତ ହେବ ଓ ସବୁ ଲାଭ/ଆୟ କୁଆଡେ ମିଳେଇ ଯିବ। ଦରଦାମକୁ ରୋକିବା ଏବଂ ଉଚ୍ଚ ସୁଚକାଙ୍କରେ ଥିବା ବେକାରୀକୁ କମାଇବା ପାଇଁ ଠୋସ କୌଣସି ଯୋଜନା ନାହିଁ। ତେଣୁ ଆଜିର ଡାକରାକୁ ସମର୍ଥନ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡରେସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହିତ କେନ୍ଦ୍ର ବଜେଟକୁ ପୋଡା ଯାଇଥିଲା। ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆବାହକ ଗୟାଧର ଧଳ, ଶ୍ରମିକ ନେତା ରମଣୀରଞ୍ଜନ ରାଉତରାୟ, ଜଗତଜୀବନ ଦାଶ, ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ପ୍ରକାଶ ମହାନ୍ତି, ଏଲିନା ସାମନ୍ତରାୟ, ମାଧବ ଦାସ, ବସନ୍ତ ମଲ୍ଲିକ, କିଷାନ ନେତା ପ୍ରଫୁଲ୍ଲ ଦାସ, ବିଜୟ ଦାସ, କେଦାର ସାମନ୍ତରାୟ, ଦାଶରଥି ସାହୁ, ସୋମନାଥ ବିଶ୍ୱାଳ, ଦୋଳଗୋବିନ୍ଦ ସାହୁ, ଗୁଣମଣି ବେହେରା, କ୍ଷେତମୁଲିଆ ନେତା ଭୀମସେନ ବେହେରା, ନାରିନେତ୍ରୀ ସଂଯୁକ୍ତା ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ବଜେଟକୁ ପୋଡା ଯାଇଥିଲା।


Next Post

କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା- ୨୦୨୪

Wed Feb 5 , 2025
କେନ୍ଦ୍ରାପଡ଼ା, ୫ା୨: ଜଜାଙ୍ଗ କ୍ଲଷ୍ଟରର ନିପୁଣ ଓଡିଶା-୨୦୨୪ କାର୍ଯ୍ୟକ୍ରମ ଜଜାଙ୍ଗ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ସଂଯୋଜିକା ସ୍ନେହଲତା ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କପାଳେଶ୍ୱର ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା […]

KANIKA