ଦରଦୀ ରାଜନେତା ଥିଲେ ଇନ୍ଦ୍ରମଣି ରାଉତ



କେନ୍ଦ୍ରାପଡ଼ା,୯ା୨:ପୂର୍ବତନ ବିଧାୟକ ଇନ୍ଦ୍ରମଣି ରାଉତ ଶିକ୍ଷକତା ଜୀବନରୁ ରାଜନେତା ହୋଇଥିଲେ। ଶିକ୍ଷକତା କରିବା ସମୟରେ ତାଙ୍କର ସମାଜସେବାର ବାସ୍ନା ବାରି ହୋଇଥିଲା। ସେ ନିଜସ୍ୱ ଅର୍ଥରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ସହାୟକ ହୋଇଥିଲେ। ମାଗୁଣୀ ନାମକ ଜଣେ କିଶୋର ବୁଲା ବିକାଳୀଙ୍କୁ ହଷ୍ଟେଲରେ ରଖି ପାଠ ପଢାଇ ଉଦାହରଣ ସୃଷ୍ଟି କରିଥିଲେ। ଜିଲା ପ୍ରତିଭା ପୂଜା ସମିତି ଆନୁକୂଲ୍ୟରେ ସଭାପତି ପ୍ରଦୀପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ମାନେ ସ୍ମୃତିଚାରଣ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ସମ୍ମାନିତ ଅତିଥି ପ୍ରାକ୍ତନ ନଗରପାଳ ଧୀରେନ୍ କୁମାର ସାହୁ, ସମାଜସେବୀ ଫକୀର ଚରଣ ଖଟୁଆ, ବରିଷ୍ଠ ଆଇନ୍‌ଜୀବୀ ସରୋଜରାଜ ସିଂହ, ଜିଲା ସାମ୍ବାଦିକ ସଂଘର ସଭାପତି ପରେଶ ଚନ୍ଦ୍ର ଦାସ ସ୍ମୃତିଚାରଣ କରି କହିଲେ ସ୍ୱର୍ଗତ ରାଉତ ରାଜନୀତିରେ ଯୋଗଦେଇ କେନ୍ଦ୍ରାପଡ଼ା ପୌରପରିଷଦର ନଗରପାଳ ହୋଇ ଅନେକ ବେକାର ଯୁବକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବା ତାଙ୍କର ଦରଦୀ ହୃଦୟର ଆଉ ଏକ ଉଦାହରଣ। ୧୯୮୦ ମସିହାରେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ ବିଧାୟକ ହୋଇ ଅନେକ କୃଷକମାନଙ୍କ ପାଇଁ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ଗଠନ କରିବା, ଦୁଗ୍ଧ ଯୋଗାଣ ଅନୁଷ୍ଠାନ ପ୍ରତିଷ୍ଠା, ଗୋବରୀ ସାତଭଉଣୀ ସେତୁ, ସାନ୍ତସାହି ସେତୁ ସମେତ ଅନ୍ୟାନ୍ୟ କାର୍ଯ୍ୟ ଆଜି ବି ସର୍ବବିଦିତ। ନିଜକୁ ଭାଇ ଓ ବାବୁ ର ପରିଚୟ ଦେବାକୁ ଚାହୁଁ ନଥିବା ବେଳେ ସରକାରୀ କ୍ୱାର୍ଟର୍ସକୁ କର୍ମୀଙ୍କୁ ଛାଡି ଦେଉଥିଲେ ବୋଲି ତାଙ୍କ ସହ କାର୍ଯ୍ୟ କରୁଥିବା ବରିଷ୍ଠ କଂଗ୍ରେସ ନେତା ଭାଗିରଥୀ ଜେନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଓଡ଼ିଶା ଆଇନ୍ ସଂଘ ଉପସଭାପତି ଗୌରପ୍ରସାଦ ମହାପାତ୍ର, ମୁକ୍ତାର ଖାଁ, ପ୍ରାକ୍ତନ ନଗରପାଳ ଆକବର ଅଲ୍ଲୀ, ଆଇନ୍‌ଜୀବୀ ନେହୁରୁ ସାହୁ, ପ୍ରଫୁଲ୍ଲ ଦାସ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଆଇନ୍‌ଜୀବୀ ଗୌରପ୍ରସାଦ ମହାପାତ୍ର, ଜାତୀୟ ସ୍ତରୀୟ ଶିଶୁ ଧାବକ ସାହାଦତ ଖାଁଙ୍କୁ ଇନ୍ଦ୍ରମଣି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।


Next Post

ନିଶା ମହରଣାଙ୍କ ନୃତ୍ୟକୁ ନେଇ ଛୁରାମାଡ , ଦୁଇ ଗୁରୁତର, ନୃତ୍ୟ ଆରମ୍ଭରୁ ଯାତ୍ରା ବନ୍ଦ

Sun Feb 9 , 2025
କେନ୍ଦ୍ରାପଡା,୯ା୨: ଆଇଟମ ର୍ଗାଲ ନିଶା ମହରଣା ଙ୍କ ନୃତ୍ୟକୁ ନେଇ ଛୁରା ମାଡ ହୋଇଛି । ଏଥିରେ ଦୁଇଜଣ ଗୁରୁତର ହୋଇ ନିଶ୍ଚନ୍ତ କୋଇଲି ମେଡିକାଲରେ ଚିକିସ୍ୱା ହେଉଥିବା ବେଳେ ଉକ୍ତ ରାତିରେ ଯାତ୍ରା ଆରମ୍ଭରୁ ବନ୍ଦ ହୋଇଯାଇଛି । ଧସ୍ତାଧସ୍ଥି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ […]

KANIKA