ହାଇସ୍କୁଲ ନିକଟ ଆମ୍ବେଦକରଙ୍କ ମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଜେନାଙ୍କ ମୂର୍ତ୍ତୀ ନ ଉଠିଲେ ଗଣଅନଶନ ଚେତାବନୀ


କେନ୍ଦ୍ରାପଡ଼ା, ୧୪ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ନ ହଟାଯିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ କମିଟି ସମ୍ପାଦକ ସୁଧୀର କୁମାର ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ବୁଦ୍ଧିଜୀବୀ, ଆଇନଜିବୀ ଓ ଆମ୍ବେଦକର ପ୍ରେମୀମାନେ ଏହି ଦାବିପତ୍ର ପ୍ରଦାନ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଉଠାଇଦେବା କୁ ଗତ ଅପ୍ରେଲ ମାସ ୪ତାରିଖ, ଜୁଲାଇ ମାସ ୨୪ ତାରିଖ ଏବଂ ଚଳିତମାସ ୭ ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଅଦ୍ୟାବଧି ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିନଥିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆସନ୍ତା ୧୭ ତାରିଖରେ ଜିଲ୍ଲାପାଳଙ୍କ କାର୍ଯର୍୍ୟାଳୟ ସମ୍ମୁଖରେ ଗଣଅନଶନ କରାଯିବ ବୋଲି ଜିଲ୍ଲାପାଳଙ୍କୁ ଆଜି ପ୍ରଦାନ କରାଯାଇଥିବା ଦାବିପତ୍ରରେ ଚେତାବନୀ ଦିଆଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ଶ୍ରୀ ମଲ୍ଲିକଙ୍କ ସମେତ ନିର୍ମଳ କୁମାର ମଲ୍ଲିକ, ଅପୂର୍ବ ରଞ୍ଜନ ସେଠୀ, ପ୍ରକାଶ ଚନ୍ଦ୍ର ବେହେରା, ସୁଶାନ୍ତ ମଲ୍ଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଦାବିପତ୍ରର ନକଲ ଆରକ୍ଷୀ ଅଧିକ୍ଷକ, କେନ୍ଦ୍ରାପଡା ଟାଉନଥାନା ଅଧିକାରୀ, କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରାପଡା ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।


Discover more from

Subscribe now to keep reading and get access to the full archive.

Continue reading