କେନ୍ଦ୍ରାପଡା କଲେଜରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ , ୧୮୮ୟୁନିଟ ରକ୍ତ ସଂଗୃହିତ



କେନ୍ଦ୍ରାପଡା,୧୦ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଶାଖା ଆନୁକୂଲ୍ୟରେ ଏକ ବିଶାଳ ସ୍ୱେଛାକୃତ ରକ୍ତଦାନ ଶିବିର ଗାନ୍ଧିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଉଦଘାଟନ କରି ରକ୍ତଦାନ ଭଳି ମହତ ଦାନର ଗୁରୁତ୍ୱ ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ଜିଲ୍ଲା ଯୁବ ରେଡକ୍ରସର ସଂଯୋଜକ ତଥା ମହାବିଦ୍ୟାଳୟ ଯୁବରେଡକ୍ରସର ପରାମର୍ଶଦାତା ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ୧୮୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର କର୍ମଚାରୀମାନଙ୍କ ତତ୍ୱାବଧାନ ଓ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିର ପରିଚାଳନାରେ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମାଜବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ହିମାଂଶୁ ଭୂଷଣ ପରିଡା, କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟାପକ ମନୋଜ ପ୍ରଧାନ, ଚିତ୍ତରଞ୍ଜନ ମଲ୍ଲ, ସତ୍ୟରଞ୍ଜନ ମିଶ୍ର, ବିନ୍ଦୁସାଗର ସାହୁ ଓ ଅଧ୍ୟାପିକା ସ୍ୱାଧୀନ ପ୍ରିୟଦର୍ଶିନୀ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସାଧାରଣ ଜନତା ରକ୍ତଦାନ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading