ଶ୍ରୀଧର ରାଉତ ଭିନ୍ନକ୍ଷମ ବାର୍ଷିକ ମେଧାବୃତ୍ତି ପ୍ରଦାନ



କେନ୍ଦ୍ରାପଡା,୧୩ା୨: ଭିନ୍ନକ୍ଷମତା ସହିତ ଆର୍ôଥକ ଅନାଗ୍ରସରତା ସର୍ବଦା ଓତଃପ୍ରୋତ ଭାବେ ଜଡ଼ିତ ଥାଏ । ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ ଗୁରୁତର ଭିନ୍ନକ୍ଷମତା ସହ ନିମ୍ନ ଆର୍ôଥକ ବର୍ଗରୁ ଆସିଥାନ୍ତି, ସେମାନଙ୍କ ନିମନ୍ତେ ଉଚ୍ଚଶିକ୍ଷା ସମାପନର ଲକ୍ଷ୍ୟ ଦୁରୁହ ହୋଇ ପଡିଥାଏ । ଫଳରେ ସେମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ବନ୍ଦ କରିବାକୁ ବାଧ୍ୟ ହୋଇଥାନ୍ତି। କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟରେ ଏହିପରି ଗୁରୁତର ଭିନ୍ନକ୍ଷମ ଓ ଆର୍ôଥକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଚୟନ କରାଯାଇଥିବା ଚାରିଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାସ ପକ୍ଷରୁ ‘ବାର୍ଷିକ ଶ୍ରୀଧର ରାଉତ ଭିନ୍ନକ୍ଷମ ମେଧାବୃତ୍ତି-୨୦୨୫’ ପ୍ରଦାନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନେ ସମସ୍ତ ପ୍ରତିବନ୍ଧକତା ଅତିକ୍ରମ କରି ସଫଳତା ଦିଗରେ ଅଗ୍ରସର ହେବା ଉଚିତ୍ ବୋଲି ପରାମର୍ଶ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ୍ ଓ ଲେଖକ ପ୍ରଫେସର୍ ଅଭୟ ବେହେରା, ସାହିତ୍ୟିକ ଓ ପ୍ରାକ୍ତନ ଅଧକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ପୂର୍ବତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବରିଷ୍ଠ ଲେଖିକା ଅନ୍ନପୂର୍ଣ୍ଣା ମହାନ୍ତି, ଓଡିଶା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ରାଉତରାୟ ଓ କେମ୍ ସଭାପତି ଅକ୍ଷୟ ପାଣି ପ୍ରମୁଖ ଯୋଗଦେଇ ଏହା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହ ଆର୍ôଥକ ଭାବେ ସହାୟତା କରିବ ବୋଲି ମତ ପ୍ରକାଶ କରିଥିଲେ। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗୁରୁତର ଚଳନ ଶକ୍ତି ବାଧିତ ମେଧାବୀ ଛାତ୍ର ବିଶାଳ ରଞ୍ଜନ ସାହୁ, ବୌଦ୍ଧିକ ଅନଗ୍ରସର ଛାତ୍ର ଚିନ୍ମୟ କୁମାର ସେନାପତି ପ୍ରତ୍ୟେକଙ୍କୁ ପନ୍ଦର ହଜାର ଟଙ୍କା ଏବଂ ମାର୍ଶାଘାଇ ମହାବିଦ୍ୟାଳୟର ଶତ ପ୍ରତିଶତ ଦ୍ରୁଷ୍ଟି ବାଧିତ ଛାତ୍ରୀ ଲିସାରାଣୀ ପଲାଇ ଓ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଦ୍ରୁଷ୍ଟି ବାଧିତ ଛାତ୍ର ଭୀଷ୍ମ କୁମାର ଦାସ ପ୍ରତ୍ୟେକଙ୍କୁ ଦଶ ହଜାର ଟଙ୍କାର ବୃତ୍ତିରାଶି ପ୍ରଦାନ କରିଥିଲେ । ପୁନର୍ବାସ ପକ୍ଷରୁ ସଭ୍ୟା ଅମରିନ ସାହଦତ, ସଂଜୀବ ଜେନା, ଜ୍ୟୋତିରଞ୍ଜନ ନାୟକ, ଶିବ ଚରଣ ସାମଲ, ମହମ୍ମଦ ଜାହିଦ ଖାନ୍‌, ମନୋଜ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟାଳୟ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ବେହୁରା,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜଗମୋହନ ହୋତା, ଚନ୍ଦ୍ରମଣି ମଲ୍ଲିକ, କବି ଅକ୍ଷୟ ନାୟକ, ଶ୍ରୀଧର ଭୋଳ, ପ୍ରଭାତ ପରିଡା ଓ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସର୍ବ ଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଅଷ୍ଟମପ୍ରହର ନାମ ଯଜ୍ଞ

Thu Feb 13 , 2025
କେନ୍ଦ୍ରାପଡ଼ା,୧୩ା୨: କେନ୍ଦ୍ରାପଡ଼ା ସହର ଗୋପଛକ ନିକଟ ଟିଭି ସେଣ୍ଟର ଠାରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୀତା ଯଜ୍ଞ, ଗୋ-ପୂଜା, ଭଜନ ସନ୍ଧ୍ୟା, ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜକ ସୁରେନ୍ଦ୍ର ନାଥ ଶତପଥିଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ବିକ୍ରମ କୁମାର ମଲ୍ଲ ଓ ଜୟନ୍ତୀ ମଲ୍ଲ ଯୋଗଦେଇଥିଲେ। ଏଥିରେ ୫ ଦଳ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ସଂକୀର୍ତ୍ତନ କରିଥିଲେ। ଅନ୍ୟମାନଙ୍କ […]

KANIKA