ପୋଖରୀଆପଡା ସ୍କୁଲରେ ନିପୁଣ ମେଳା



ପଟ୍ଟାମୁଣ୍ଡାଇ ତା୧୮/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆ ପଡା କ୍ଲଷ୍ଟର ପକ୍ଷରୁ ପୋଖରୀଆ ପଡା ନୋଡାଲ ସ୍କୁଲ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ର କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ବୁଝିପାରିବେ, ଲେଖି ପାରିବେ ଏବଂ କହିପାରିବେ ତାହା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।୨୦୨୬-୨୭ ଶିକ୍ଷାବର୍ଷଠାରୁ କିଭଳି ଛାତ୍ରୀଛାତ୍ର ତୃତୀୟ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ଶ୍ରେଣୀରୁ ନିଜେ ଭାଷା ଓ ସଂଖ୍ୟାଜ୍ଞାନ ଜାଣିପାରିବେ। ସେଥିପାଇଁ ବର୍ତ୍ତମାନଠାରୁ ପିଲାଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପୋଖରୀଆପଡା କ୍ଳଷ୍ଟର ଅନ୍ତର୍ଗତ ୧୩ଟି ବିଦ୍ୟାଳୟ ରୁ ୧୩୦ ରୁ ଉର୍ଦ୍ଧ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।

ପୋଖରୀଆପଡା କ୍ଳଷ୍ଟର ସାଧନକେନ୍ଦ୍ର ସଂଯୋଜକ ମଳୟ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ନିପୁଣ ମେଳା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି,ରାଜ୍ୟ ପୁରସ୍କୃତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା,ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ ସି ଆର ସି ସି ଅରବିନ୍ଦ ବଳ, ପୋଖରୀଆପଡା ନୋଡାଲ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଆରତୀ ଦାସ, ସି ଆର ସି ସି ନମିତା ସାହୁ ଓ ଲୋକନାଥ ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ଲୋକନାଥ ବେହେରା, ମୋ ସ୍କୁଲ ଅଭିଯାନ କମିଟି ସଭାପତି ହର ଗୋବିନ୍ଦ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିପୁଣ ମେଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ଅଜୟ ସ୍ୱାଇଁ ସ୍ୱାଗତଭାଷଣ ଓ ବୀର କିଶୋର ସାହୁ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟତ୍ରୀ ସଂଗୀତା ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଦୈତ ବିଶ୍ୱାଳ, ସୁଚିତ୍ରା ଗୁପ୍ତା, ଇମିଲି ରାୟ ଓ ସୁରେନ୍ଦ୍ର ମଲିକ ପରିଚାଳନା କରିଥିଲେ ।

ପୋଖରୀଆପଡା କ୍ଲଷ୍ଟର ସିଆରସିସି ମଳୟ କୁମାର ଜେନାଙ୍କ ପୈରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ୧୪ନଂ ୱାର୍ଡ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ମୁଖ୍ୟଅତିଥି,ସି ଆର ସି ସି ରଞ୍ଜନ ସାହୁ ମୁଖ୍ୟବକ୍ତା,ଶିକ୍ଷକନେତା ବିଶ୍ୱ ରଞ୍ଜନ ଦାଶ ଓ ସି ଆର ସି ସି ଆଶିଷ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ରଂଜିତ ସାହୁ ସ୍ୱାଗତଭାଷଣ ଓ ମନୋରଞ୍ଜନ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ମଧୁସ୍ମିତା ପରିଡା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଦାବରୀଶ ମିଶ୍ର, ସାଇ ଶୁଭଲଷ୍ମୀ ରଥ, କ୍ରିଷ୍ଣା ବେଣୀ କର, କବିତା ସାହୁ, ଅଞ୍ଜଳି ଦାଶ ପୂର୍ଣ୍ଣପ୍ରଭା ପ୍ରଧାନ, ଅନ୍ନପୂର୍ଣ୍ଣା ସାହୁ ପରିଚାଳନା କରିଥିବାବେଳେ ସମିତାରାଣୀ ଦାସ, ଅନୁସୂୟା ଦାସ,ପ୍ରଭାତୀ ଦାସ, ବନଜା ପାତ୍ର, ଜୟଶ୍ରୀ ଦାସ ଓ ଅକ୍ଷୟ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ । ଏହି ନିପୁଣ ମେଳାରେ ସାକ୍ଷରତା, ସଂଖ୍ୟା ଜ୍ଞାନ, ମତାମତ ସୃଜନାତ୍ମକ, ଗଳ୍ପ କଥନ, ଚିତ୍ରାଙ୍କନ, ୱାର୍ଡଚେନ, ଶିକ୍ଷଣ ସାମଗ୍ରୀ ମେଳା ଆଦି ୧୩ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଦକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading