କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡ଼ା ଜିଲ୍ଲାରେ ମଣ୍ଡି ବ୍ୟବସ୍ଥାର ସଂପ୍ରସାରଣ, ନିଯୁକ୍ତି, ଦରବୃଦ୍ଧି ନିୟନ୍ତ୍ରଣ ପ୍ରଭୃତି ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ଜୋନସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଉଦଘାଟନ କରି ଜିଲ୍ଲା ସାଧାରଣ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ କହିଲେ ଯେ ମଣ୍ଡିରେ ଧାନ ବିକ୍ରୀର ବ୍ୟାପକ ଅବ୍ୟବସ୍ଥା, ବେକାର ଯୁବତୀ/ଯୁବକମାନଙ୍କୁ ନିଯୁକ୍ତି ଓ ଦରବୃଦ୍ଧି ନିୟନ୍ତ୍ରଣ, ଜାତୀୟ ରାଜପଥ ସଂପ୍ରସାରଣ ସମୟରେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଖାମଖିଆଲି ଓ ଦାୟିତ୍ୱହୀନତା କାରଣରୁ ବାରମ୍ବାର ଦୂର୍ଘଟଣା ଘଟି ଲୋକଙ୍କ ଜୀବନହାନୀ ଘଟିବା, ଜିଲ୍ଲାର ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପ୍ରଶାସନର ବିଫଳତା ପ୍ରଭୃତି ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ବ୍ୟାପକ ଜନ ସଚେତନତା ଓ ଜନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଶିକ୍ଷକନେତା ଅଜୟ ସାମଲ ପାର୍ଟିର ଲାଲ୍ ପତାକା ଉତ୍ତୋଳନ କରିଥିବା ବେଳେ ସହ ସମ୍ପାଦକ ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ଶୁକଦେବ ମଲିକ, ପ୍ରମୋଦ କୁମାର ରାଉତ, ସୁରେଶ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବନେତା ରଞ୍ଜନ କୁମାର ମଲିକଙ୍କ ସଭାପତିତ୍ୱରେ ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ବାଘିଲୋ ଗ୍ରାମରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆସନ୍ତା ତିନିବର୍ଷ ପାଇଁ ଏକ ୧୫ଜଣିଆ ଜୋନ କମିଟି ଗଠନ କରାଯାଇଥିଲା।
Next Post
ଅନ୍ତାଲୋ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ଦାବି
Fri Feb 21 , 2025
କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ଅନ୍ତାଲୋ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତ ୧୯୭୮ମସିହାରୁ ଅନ୍ତାଲୋ ଗ୍ରାମର ମଧ୍ୟଭାଗରେ ରହି ଆସିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିଜସ୍ୱ ଜମିରେ ସ୍ଥାପନ କରାଯାଇଛି। ବିଦ୍ୟାଳୟ ନାମରେ ଥିବା ଅନ୍ତାଲୋ ମୈାଜାର ଖାତା ନମ୍ବର-୧୦୧ ଓ ପ୍ଲଟ ନମ୍ବର- ୨୫୨ […]

