ଓସ୍ତପୁର ମଣ୍ଡିରେ ଚାଷୀଙ୍କୁ ଶୋଷଣ ଟୋକନ ପାଇବା ପରେବି ବିକ୍ରୀ ହେଉନି ଧାନ



କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଧାନମଣ୍ଡିରେ ଚାଷୀମାନଙ୍କୁ ଶୋଷଣ କରାଯାଉଥିବା ନେଇ ବେଷାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ନବନିର୍ମାଣ କୃଷକ ସଙ୍ଘର ଏକ ପ୍ରତିନିଧିଦଳ ଏହି ଅଭିଯୋଗ ଆଣିଛନ୍ତି । ସଙ୍ଘ କହିଛି ଯେ ୪ଶହରୁ ଅଧିକ ଚାଷୀ ମେସେଜ ପାଇଥିଲେ ମଧ୍ୟ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି କେତେକ ଚାଷୀ ଟୋକନ ପାଇଥିଲେବି ଧାନ ବିକ୍ରୀ କରିପାରିନାହାନ୍ତି । ଜାନୁଆରୀ ୧୧ରେ ମଣ୍ଡି ଖୋଲିବା ପାଇଁ ସରକାରୀ ନିର୍ଦେଶ ଥିବା ବେଳେ ୧୬ତାରିଖରେ ମଣ୍ଡି ଖୋଲାଯାଇଥିଲା । ସମିତି ସମ୍ପାଦକ, କର୍ମକର୍ତ୍ତା, ମିଲ ମାଲିକ, ଯୋଗାଣ ଅଧିକାରୀ ମିଳିତ ଭାବେ ଧାନର ମାନ ନିର୍ଣ୍ଣୟ ନକରି ମନଇଛା କ୍ୱିଣ୍ଟାଲ ପିଛା ୩କିଲୋ ଧାନ କାଟାଯାଇଛି । ଚାଷୀମାନଙ୍କୁ ସିଧାସଳଖ ମିଲକୁ ଯିବାକୁ ନିର୍ଦେଶ ଦିଆଯାଇଛି ବୋଲି ନବନିର୍ମାଣ କୃଷକ ସଙ୍ଘର କେନ୍ଦ୍ରାପଡା ବ୍ଲକ ସଂଯୋଜକ ରବିନ୍ଦ୍ର ମହାପାତ୍ର, ବିଷ୍ଣୁ ପ୍ରସାଦ ମୁଦୁଲି, ଲୋକନାଥ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ, ଦୁଃଖିଶ୍ୟାମ ଘଡାଇ, ଅଜୟ କୁମାର ଜେନା, ରଶ୍ମିରଞ୍ଜନ ପ୍ରଧାନ, ଅଭୟ ସ୍ୱାଇଁ, ଦେବେନ୍ଦ୍ର ପ୍ରସାଦ ଜେନା, ନିଖିଳ ଉତ୍କଳ ଗ୍ରାମୀନ ଚାଷୀ ମୂଲିଆ ସଙ୍ଘ ସଭାପତି ଫକିର ଚରଣ ଖଟୁଆ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି ।


Next Post

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦ୍ଦେଶ ନପାଇବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ୨୪ରେ

Sun Feb 23 , 2025
କେନ୍ଦ୍ରାପଡା,୨୨ା୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦ୍ଦେଶ ନମିଳିବାରୁ ଆସନ୍ତା ୨୪ତାରିଖରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ କେତେକ ହିତାଧିକାରୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଦେବେନ୍ଦ୍ରନଗର ଗ୍ରାମର ସ୍ୱର୍ଗତ ବିଜୟ ସାହାଣୀଙ୍କ ପତ୍ନୀ କୈାଶଲ୍ୟା ସାହାଣୀବ୍ସେହି ବ୍ଲକର କବିତା ସ୍ୱାଇଁ, ବାସନ୍ତୀ ବଳ, ପଟ୍ଟାମୁଣ୍ଡାଇ ବ୍ଲକର ମୀନତି ଜେନା, ସଂଯୁକ୍ତା […]

KANIKA