ମହାକୁମ୍ଭ କବିତା ଆସର



କେନ୍ଦ୍ରାପଡା: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟରାଷ୍ଟ୍ର ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗରୁମ୍ ଠାରେ ମହାକୁମ୍ଭ କବିତା ଆସର ଅନୁଷ୍ଠିତ ହୋଇଯାଇଛି । “ମହାକୁମ୍ଭ କବିତା ନୈବେଦ୍ୟ’ ଶୀର୍ଷକ ଏହି ଆସରକୁ ବିଶିଷ୍ଟ କବି ଡାକ୍ତର ଅମିୟ ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ମହାକୁମ୍ଭ ବିଶ୍ୱଭାତୃତ୍ୱର ଏକ ମହାପର୍ବ ବୋଲି ମତବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ କହିଲେ, କେବଳ ସନାତନୀ ନୁହଁନ୍ତି ଭିନ୍ନ ଭିନ୍ନ ମତ ଓ ପନ୍ଥର ଶ୍ରଦ୍ଧାଳୁ ମହାକୁମ୍ଭରେ ପହଂଚି ଏହି ପବିତ୍ର ଆଧାତ୍ମିକ ଉତ୍ସବରୁ ଜୀବନର ଆନନ୍ଦ ସାଉଁଟିଛନ୍ତି । ମହାକୁମ୍ଭ ଅବସରରେ କବିତା ଆସର ଓ ଆଲୋଚନା ଅୟୋଜିତ ହେବା ଏକ ନିଆରା ସାରସ୍ୱତ ପରମ୍ପରା ବୋଲି ଡାକ୍ତର ଅମିୟ ରଞ୍ଜନ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଯୋଗଦେଇ ବିଶିଷ୍ଟ କବି ଇଞ୍ଜିନିୟର ଭବାନୀ ପ୍ରସାଦ ମିଶ୍ର ମହାକୁମ୍ଭ ମେଳା ସନାତନ ସଂସ୍କୃତିକୁ ବିଶ୍ୱମଞ୍ଚରେ ପୁନଃ ପ୍ରତିଷ୍ଠା କରିବାରେ ସହାୟକ ହୋଇଛି ବୋଲି କହିଥିଲେ । ତେବେ ମହାକୁମ୍ଭ କାବ୍ୟ ନୈବେଦ୍ୟ କାର୍ଯ୍ୟକ୍ରମ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିବ ବୋଲି କବି ଭବାନୀ ପ୍ରସାଦ ମିଶ୍ର ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୁଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ଆସରରେ କବି ରଶ୍ମିତା ସେନାପତି, ନବଜ୍ୟୋତି ରାୟ, ବୃନ୍ଦାବନ ଦାସ, ଆରାଧନା ଦାସ, ସ୍ୱପ୍ନାଅଂଶୁ କୁମାର ଦାସ, ଗୋଲାପ ରାଉତ, ଭରତ ଚନ୍ଦ୍ର ଜେନା, ଗୀତାଞ୍ଜଳି ସାହୁ, ଅଜୟ କୁମାର ପାତ୍ର, ରଞ୍ଜନ କୁମାର ବାଇ, ସ୍ୱର୍ଣ୍ଣମୟୀ ଷଡଙ୍ଗୀ ପ୍ରମୂଖ କବିତା ପାଠ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ରଶ୍ମିରଞ୍ଜନ ସ୍ୱାଇଁ, ଜ୍ଞାନରଞ୍ଜନ ଦାସ, ମଳୟ ସାହୁ, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ସରୋଜ ରାଉତ, ସନ୍ତୋଷ ପୋଥାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବିରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କବିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading