
କେନ୍ଦ୍ରାପଡା,୨୬ା୨: ତୁଳସୀ କ୍ଷେତ୍ରରେ ବୁଧବାର ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ନୀତି ଧୁମ୍ଧାମରେ ପାଳିତ ହୋଇଯାଇଛି। କ୍ଷେତ୍ର ମଧ୍ୟସ୍ଥ ବ୍ୟକଣ୍ଠେସ୍ୱର, କାଶୀବିଶ୍ୱନାଥ, ସିଦ୍ଧେଶ୍ୱ. ୟେଶାନିଶ୍ୱର୍, କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ବୈଦ୍ୟନା. ଦେଉଳେଶ୍ୱର, ଦଣ୍ଡେଶ୍ୱର କୁମାରେଶ୍ୱର୍ ଭରତପୁରର ବଟେଶ୍ୱର ଓ ପ୍ରସିଦ୍ଧ ଅମରେଶ୍ୱର ପ୍ରଭୃତି ମନ୍ଦିରରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି। ସକାଳୁ ପ୍ରଭୁ ମହେଶ୍ୱରଙ୍କର ନୀତିକାନ୍ତି କରାଯିବା ପରେ ବେଲପତ୍ର ଅର୍ପଣ ରୁଦ୍ରାଭିଷେକ, ହୋମଯଜ୍ଞ, ନାମଯଜ୍ଞ, ଭଜନ ଓ କୀର୍ତ୍ତନ କରାଯିବା ପରେ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟେକ ଶିବାଳୟରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହାସାଙ୍ଗକୁ ଭଜନ କୀର୍ତ୍ତନ କରାଯିବା ସହ ମଧ୍ୟରାତ୍ରରେ ସମସ୍ତ ଶିବାଳୟରେ ମହାଦୀପ ଉଠିବା କାର୍ଯ୍ୟ ମନ୍ଦିର ପରିସରକୁ ଉତ୍ସବ ମୁଖର କରିଦେଇଥିଲା। ବିଶେଷ ଆକର୍ଷଣ ଥିଲା ତୁଳସୀକ୍ଷେତ୍ରରୁ ଶ୍ରୀବଳଦେବଜୀଉଙ୍କ ବିଜେ ପ୍ରତିମା ଗୋବିନ୍ଦଜୀଉ ବିରାଟ ପଟୁଆରରେ ଯାଇ ଅମରେଶ୍ୱର ମନ୍ଦିରରେ ଭେଟ ହୋଇଥାନ୍ତି। ଏହାକୁ ହରିହର ଭେଟ କୁହା ଯାଇଥାଏ। ଏହି ଭେଟ ବର୍ଷରେ ଗୋଟିଏ ଦିନ ଜାଗରରେ ହୋଇଥାନ୍ତି। କିମ୍ବଦନ୍ତୀ କୁହେ ତୁଳସୀ କ୍ଷେତ୍ର ପ୍ରତିଷ୍ଠା ପରେ କ୍ଷେତ୍ରର ସୁରକ୍ଷା ଲାଗି ଶ୍ରୀବଳଦେବଜୀଉ ମହାପ୍ରଭୁ ଅଷ୍ଟଶମ୍ବୁ ମନ୍ଦିର ପ୍ରତିଷ୍ଠା କରିଥିଲେ।

