ଗରାପୁର ସାଇ ମନ୍ଦିରରେ ଜାଗର ଉତ୍ସବ



କେନ୍ଦ୍ରାପଡା,୨୭ା୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ମନ୍ଦିରରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ତତ୍ୱାବଧାନରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିନସାରା ବିଧି ଅନୁସାରେ ସାଇ ମନ୍ଦିର ସମସ୍ତ ପୂଜାର୍ଚ୍ଛନା ହେବାପରେ ସନ୍ଧ୍ୟା ସମୟରେ ଆଳତୀ କରାଯାଇଥିଲା । ଏହି ଉପଲକ୍ଷେ ସ୍ୱରତୀର୍ଥ ସାସ୍କୃତିକ ଅନୁଷ୍ଠାନର ବିଶିଷ୍ଟ କଣ୍ଠଶିଳ୍ପୀ ରବିନ୍ଦ୍ର ମିଶ୍ର ଓ ସାଥୀମାନଙ୍କ ଦ୍ୱାରା ସାଇ ଭଜନ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଉପବାସ ରହି ଓ ଉଜାଗର ରହି ମନ୍ଦିରରେ ଦୀପ ଜାଳି ମହାଦୀପକୁ ଅପେକ୍ଷା କରିଥିଲେ। ଶିବ ମନ୍ଦିର ଗୁଡିକରେ ଉଭୟ ପୁରୁଷ ଓ ମହିଳାମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହାଦୀପ ଉଠିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥିଲେ। ରାତି ୧୦ଟା ସମୟରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ ଘରକୁ ଫେରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ତନ୍ମୟ ପଲାଇ, ସନାତନ ଚୌଧୁରୀ, ଅମିତ ପାଇକରାୟ, ବିକ୍ରମାଦିତ୍ୟ ସାହୁ, ଅଭୟ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ଗରାପୁରରେ ରେଲ୍‌ୱେ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ

Thu Feb 27 , 2025
କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରଠାରେ ରେଳବାଇର ନୂତନ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ରଞ୍ଜନ ପରିଡା, ରେଳବାଇର ଷ୍ଟେସନ ମାଷ୍ଟର କାହ୍ନୁଚରଣ ସେଠୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ମନୋରଞ୍ଜନ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ […]

KANIKA