ଗରାପୁରରେ ରେଲ୍‌ୱେ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ



କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରଠାରେ ରେଳବାଇର ନୂତନ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ରଞ୍ଜନ ପରିଡା, ରେଳବାଇର ଷ୍ଟେସନ ମାଷ୍ଟର କାହ୍ନୁଚରଣ ସେଠୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ମନୋରଞ୍ଜନ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଟିକେଟ କାଉଣ୍ଟର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ପଣ୍ଡା, ରଘୁନାଥ ଦାସ, ଆଇନଜୀବୀ ରାଧେଶ୍ୟାମ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସଂରକ୍ଷିତ ଅଣସଂରକ୍ଷିତ ଓ ତତ୍କାଳ ଟିକେଟ୍ ସକାଳ ୮ଟାରୁ ରାତି ୧୦ଟା ଯାଏଁ ଉପଲବ୍ଧ ହେବ । ଏହାଦ୍ୱାରା ସ୍ଥାନୀୟ ଯାତ୍ରୀ ସହଜରେ ସେବା ପାଇପାରିବେ ବୋଲି କୁହାଯାଇଛି ।


Next Post

ପାରାକ୍ରୀଡ଼ାବିତ୍ ଙ୍କୁ ବ୍ୟାଟେରୀ ଚାଳିତ ସ୍କୁଟର ପ୍ରଦାନ

Thu Feb 27 , 2025
କେନ୍ଦ୍ରାପଡା ୨୭/୨ – କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ ଚଳନଶକ୍ତି ବାଧିତ ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ପାରାକ୍ରୀଡାବିତ୍ ବଲରାମ ସ୍ୱାଇଁଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ଉଦ୍ଭାଭିତ ଆତ୍ୟାଧୁନିକ ନିଓମୋସନ ବ୍ୟାଟେରୀ ସ୍କୁଟି ପ୍ରଦାନ କରାଯାଇଛି। ପୁନର୍ବାସ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି […]

KANIKA