ଵନ୍ତୋ ସେଣ୍ଟ ଜାଭିଅର ହାଇସ୍କୁଲ ବାର୍ଷିକ ଉତ୍ସବ



ପଟ୍ଟାମୁଣ୍ଡାଇ ତା ୨୭/୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ବନ୍ତୋ ସେଣ୍ଟ ଜାଭିଅର ହାଇସ୍କୁଲର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅଧକ୍ଷା ଲଷ୍ମୀପ୍ରିୟା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ ମୁଖ୍ୟଅତିଥି,ସାମ୍ବାଦିକ ଭାସ୍କର ରାଉତରାୟ ମୁଖ୍ୟବକ୍ତା, ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ଧୀରଜ ଲେଙ୍କା, ଶିକ୍ଷାବିତ ରଘୁନାଥ ସାହୁ, ପ୍ରତିଷ୍ଠାତା ଖଗେଶ୍ୱର ପାଗଳ ଓ ସୁଲୋଚନା ପାଗଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ I ମୁଖ୍ୟପରିଚାଳକ ବ୍ରଜ କିଶୋର ପାଗଳ ବିବରଣୀ ପାଠ କରି ହାଇସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ସହକାରୀ ଶିକ୍ଷୟତ୍ରୀ ସରିତା ପରିଡା ସ୍ୱାଗତଭାଷଣ ଓ ଜ୍ୟୋତିର୍ମୟୀ ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ I ଏହି ଉତ୍ସବକୁ ସୋନାଲି ଦାସ, ମୋନାଲିସା ମହାପାତ୍ର ସଂଘମିତ୍ରା ରାଉଳ,ସବିତାରାଣୀ ଖୁଣ୍ଟିଆ, ସୁଲୋଚନା ପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ମିତାଞ୍ଜଳୀ ସେନାପତି, ବର୍ଷାରାଣୀ ରାଉତ, ମୌସୁମୀ ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ I ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I


Next Post

ଚେନାଇରେ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

Thu Feb 27 , 2025
ପଟ୍ଟାମୁଣ୍ଡାଇ ୨୭/୨ – ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ଚେନାଇସ୍ଥିତ ପ୍ରବାସୀ ଓଡ଼ିଆ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଗତ ୨୩ ତାରିଖ ଦିନ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ପ୍ରବାସୀ ଓଡିଆ ପରିବାରକୁ ନେଇ ଆୟୋଜିତ ଏହି ସମ୍ମିଳନୀର ପ୍ରାରମ୍ଭରେ ଓଡିଶାର ବଡଠାକୁର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜାଅର୍ଚନା ପୁର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । […]