ଚେନାଇରେ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ



ପଟ୍ଟାମୁଣ୍ଡାଇ ୨୭/୨ – ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ଜାତୀୟ ସ୍ତରରେ ପରିଚିତ କରିବା ଉଦ୍ଦେଶ୍ୟ ନେଇ ଚେନାଇସ୍ଥିତ ପ୍ରବାସୀ ଓଡ଼ିଆ ‘ଭାରତ ଭାରତୀ’ ସଂଗଠନ ପକ୍ଷରୁ ଗତ ୨୩ ତାରିଖ ଦିନ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ପ୍ରବାସୀ ଓଡିଆ ପରିବାରକୁ ନେଇ ଆୟୋଜିତ ଏହି ସମ୍ମିଳନୀର ପ୍ରାରମ୍ଭରେ ଓଡିଶାର ବଡଠାକୁର ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୂଜାଅର୍ଚନା ପୁର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଓଡିଶାର କୁନିକୁନି ପିଲା ମାନଙ୍କୁ ନେଇ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।ଭାରତର ଅନେକ ରାଜ୍ୟର ପ୍ରବାସୀ ଏହି ଉତ୍ସବରେ ଯୋଗ ଦେଇ ନିଜ ମାତୃଭାଷାର ପ୍ରତିନିଧିତ୍ୱ କରିଥିଲେ । ସେମାନେ ଓଡ଼ିଶାର କଳା ଓ ସଂସ୍କୃତିର ଅନେକ ପ୍ରଶଂସା କରିବା ସହ ପ୍ରତିନିଧିମାନଙ୍କୁ ସାଧୁବାଦ ଜଣାଇଥିଲେ । ଏଥିରେ ଓଡିଶା ଇଂ .ଗାୟତ୍ରୀ ଭୂପତି, ତମସା ରାଉତ, ପ୍ରଫେସର ନଳିନୀ କାନ୍ତ ମହାନ୍ତି, ଶିବଶଙ୍କର ନାୟକ, ନିଲୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବାବେଳେ ଚେନାଇରେ ରହୁଥିବା ପ୍ରବାସୀ ଓଡିଆ ମାନେ ଅଂଶଗ୍ରହଣ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ସୁଶାସନ ଓ ବିକାଶ କର୍ମଶାଳା

Thu Feb 27 , 2025
ପଟ୍ଟାମୁଣ୍ଡାଇ ୨୭/ – ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୁଶାସନ ଓ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିପିଡିଓ ପିତାମ୍ବର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସୁଶାସନ ଓ ବିକାଶ କର୍ମଶାଳା ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଭାରାପ୍ରାପ୍ତ ବିଡ଼ିଓ ଅଶୋକ ମହାନ୍ତି, ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇ ସୁଶାସନ ପାଇଁ […]

KANIKA