ପଟ୍ଟାମୁଣ୍ଡାଇ ବ୍ଲକରେ ସୁଶାସନ ଓ ବିକାଶ କର୍ମଶାଳା



ପଟ୍ଟାମୁଣ୍ଡାଇ ୨୭/ – ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ସୁଶାସନ ଓ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିପିଡିଓ ପିତାମ୍ବର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସୁଶାସନ ଓ ବିକାଶ କର୍ମଶାଳା ସଚେତନତା ଶିବିରରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଭାରାପ୍ରାପ୍ତ ବିଡ଼ିଓ ଅଶୋକ ମହାନ୍ତି, ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇ ସୁଶାସନ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଓ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ । ବଡ଼ମୂଳବସନ୍ତ ସରପଂଚ ସନ୍ତୋଷ ସେଠୀ ଓ ବାଛରା ସରପଂଚ ରଂଜିତା ସାହୁ ସୁଶାସନ ଓ ବିକାଶ କାର୍ଯ୍ୟକ୍ରମ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଂଚ ସମିତି ସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନବାଡି ଓ ଆଶା କର୍ମୀ ଯୋଗ ଦେଇଥିଲେ । ଶେଷରେ ସିପି ପ୍ରିୟ ରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।


Next Post

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Fri Feb 28 , 2025
କେନ୍ଦ୍ରାପଡା,୨୮ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରାଧ୍ୟାପକ ଡକ୍ଟର ପ୍ରଭାକର ମଲ୍ଲିକ ଶୁକ୍ରବାର ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ସୁଭଦ୍ରା ମହତାବ ମହାବିଦ୍ୟାଳୟ, ଅସୁରେଶ୍ୱରରୁ ଚାକିରୀ ଆରମ୍ଭ କରି ତୁଳସୀ ମହିଳା ମହାବିଦ୍ୟାଳୟ ଏବଂ ଶେଷରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଶିକ୍ଷା ବିଭାଗର ଜଣେ ଆଦର୍ଶ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରି ଚାକିରୀ କାଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି […]

KANIKA