ଜାତୀୟ ଲଳିତକଳା ଏକାଡେମୀ ବାର୍ଷିକ ଚିତ୍ର ପ୍ରଦର୍ଶନୀ ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଚିତ୍ର ମନୋନୀତ



କେନ୍ଦ୍ରାପଡା,୭ା୩: କେନ୍ଦ୍ରାପଡା ସହରର କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲ୍‌ଚର ଏକାଡେମୀର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରକୃତି ସୁରକ୍ଷା ବିଷୟ ବସ୍ତୁକୁ ନେଇ କାନ୍‌ଭାସରେ ଅଙ୍କିତ ଚିତ୍ର ଦିଲ୍ଲୀସ୍ଥିତ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଜାତୀୟ ଲଳିତ କଳା ଏକାଡେମୀ ଦ୍ୱାରା ବାର୍ଷିକ ଚିତ୍ର ପ୍ରଦର୍ଶନୀ ପାଇଁ ମନୋନୀତ ହୋଇଛି। ଏହି ପ୍ରଦର୍ଶନୀରେ ଭାରତର ବିଭିନ୍ନ ରାଜ୍ୟରୁ ୧୫୧ଟି ଚିତ୍ର ମନୋନିତ ହୋଇଥିବା ବେଳେ ଓଡିଶାରୁ ୪ଜଣ ଚିତ୍ରଶିଳ୍ପୀଙ୍କ ଚିତ୍ର ମନୋନିତ ହୋଇଛି। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟ ଏବଂ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୂଚନା ଯୋଗ୍ୟ ସୌମ୍ୟରଞ୍ଜନ ଗତବର୍ଷ ଦୁବାଇରେ ଚିତ୍ରକଳା ପ୍ରଦର୍ଶନୀ କରି ବହୁ ପ୍ରଶଂସିତ ହୋଇଥିବା ବେଳେ ପ୍ରକୃତିର ସୁରକ୍ଷା ବିଷୟରେ ବହୁ ଚିତ୍ର ପ୍ରଦର୍ଶନୀ କରି ଆର୍ନ୍ତଜାତୀୟ ମଞ୍ଚରେ ପୁରସ୍କୃତ ହୋଇ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading