ବିଶିଷ୍ଟ ଶିକ୍ଷକଙ୍କର ଅକାଳ ବିୟୋଗ



କେନ୍ଦ୍ରାପଡ଼ା,୮ା୩: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଉଦୟବଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସର୍ବେଶ୍ୱର ସ୍ୱାଇଁ(୫୩)ଙ୍କର ଦେହାନ୍ତ ହୋଇଯାଇଛି । ସେ ଗତ ୬ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ଜନ୍ମସ୍ଥାନ ମାର୍ଶାଘାଇ ଅନ୍ତର୍ଗତ ଗିରଙ୍ଗ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ଶ୍ରୀ ସ୍ୱାଇଁ ୨୦୦୮ ମସିହାରୁ ଶିକ୍ଷକତା କରି ସ୍ଥାନୀୟ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ବଡପୁଅ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟ, କାର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ମାର୍ଶାଘାଇ ବ୍ଲକ ସଦସ୍ୟ ଶ୍ରୀଚନ୍ଦନ ଓଝା, ଧନେଶ୍ୱର ନାଥଶର୍ମା, ଭଜମନ ବାରିକ, ଜିତେନ୍ଦ୍ର ସାହୁ, ଅନସୂୟା ସାହୁ, ପ୍ରିୟରଞ୍ଜନା ଦାସ, ମହାକାଳପଡା ଶିକ୍ଷକ ସଂଘର ସଦସ୍ୟ ଦିଲ୍ଲୀପ ଦାସ, ଦୀପକ ବେହେରା, ନିରଞ୍ଜନ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading