ପାୟଲ ମ୍ୟୁଜିକ ସ୍କୁଲର ଗ୍ରାମୀଣ ମହୋତ୍ସବ



କେନ୍ଦ୍ରାପଡ଼ା,୧୦ା୩: ଇନ୍ଦୁପୁର ଅଞ୍ଚଳର ତଥା ରାଜ୍ୟର ଏକ ଅଗ୍ରଣୀ ପ୍ରତିଷ୍ଠିତ କଳା ସଂସ୍କୃତି ପରମ୍ପରାକୁ ଆଧାର କରି ଗଢ଼ି ଉଠିଥିବା ପଞ୍ଚକଳା ଶିକ୍ଷାନୁଷ୍ଠାନ ‘ପାୟଲ ମ୍ୟୁଜିକ୍ ସ୍କୁଲ’ର ୨୨ତମ ବାର୍ଷିକ ଉତ୍ସବ ଓ ୪ର୍ଥ ପାୟଲ ମ୍ୟୁଜିକ୍ ଗ୍ରାମୀଣ ମହୋତ୍ସବ ଦୁଇ ଦିନ ଧରି ଇନ୍ଦୁପୁର ପାୟଲ ମ୍ୟୁଜିକ୍ ସ୍କୁଲ ପରିସରରେ ନୀଳମାଧବ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଗ୍ରାମାଞ୍ଚଳରେ ଏପରି ଏକ ସଙ୍ଗୀତ ,ନୃତ୍ୟ,ଚିତ୍ରକଳାଭିତ୍ତିକ ଶିକ୍ଷାନୁଷ୍ଠାନର ଦୀର୍ଘ ୨୨ ବର୍ଷର ଅବଦାନକୁ ଭୂୟସୀ ପ୍ରସଂଶା କରିବା ସହିତ ସହଯୋଗର ହାତ ବଢେଇ ଏହାର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ। ମୁଖ୍ୟବକ୍ତା ଭାବେ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟଗୁରୁ ଗଜେନ୍ଦ୍ର କୁମାର ପଣ୍ଡା,ବରଣ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ସମ୍ମାନିତ ଅତିଥିଭାବେ ବରିଷ୍ଟ ଓଡିଶୀ ସଙ୍ଗୀତ ଗୁରୁ ପ୍ରଶାନ୍ତ କୁମାର ସାମଲ, ବିଶିଷ୍ଠ କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ କଳିଙ୍ଗ କେଶରୀ ନାୟକ, ଓଡିଶୀ ସଙ୍ଗୀତ ଗୁରୁ ସର୍ବାଣୀ ରାଉତ, ଇନ୍ଦୁପୁର ସରପଞ୍ଚ ପ୍ରଦୀପ ରଞ୍ଜନ ସୁତାର, ସମିତିସଭ୍ୟା ସୁନନ୍ଦା ମଲିକ ପ୍ରମୁଖ ପାୟଲ ବୌଦ୍ଧିକ ଓ ସଙ୍ଗୀତ ସାହିତ୍ୟର ମହାମିଳନରେ ଯୋଗଦେଇ ଥିଲେ।ବିଶିଷ୍ଟ ଶିକ୍ଷାବିତ୍ ପ୍ରଣବ କୁମାର ଜେନା ସଭାକୁ ସଂଯୋଜନା କରିଥିଲେ। ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଦୀପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ସଙ୍ଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଶିକ୍ଷାବିତ୍ ନୀଳମାଧବ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ଯୋଗଦେଇ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସଙ୍ଗୀତ, ନୃତ୍ୟ ଓ ଅଭିନୟରେ ରାଜ୍ୟ ତଥା ଦେଶରେ ନିଜର ନାମ ଉଜ୍ୱଳ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫେସର ଚାରୁଚନ୍ଦ୍ର ହାଜରା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ସମ୍ମାନନୀୟ ଅତିଥି ଭାବେ ଇଂ ଶତ୍ରୁଘ୍ନ ଦାସ, କଣ୍ଠଶଳ୍ପୀ ସ୍ୱାଧୀନବାଳା ନାୟକ, ଶିକ୍ଷାବିତ ସୁନନ୍ଦା ସିଂହ, ସମାଜ ସେବୀ ପ୍ରମୋଦ କୁମାର ପତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ବାର୍ଷିକ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନର ସମସ୍ୟା ଓ ସଫଳତା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସଂଗୀତ ଗୁରୁ ଭାସ୍କର ଚନ୍ଦ୍ର ବେହେରା, ଓଡ଼ିଶୀ ନୃତ୍ୟ ଗୁରୁ ଦୀପକ କୁମାର ନନ୍ଦି, ମଡର୍ଣ୍ଣ ନୃତ୍ୟ ଗୁରୁ ଦିଲ୍ଲୀପ କୁମାର ଜେନା, ତବଲା ଗୁରୁ ସୁଶୀଲ୍ କୁମାର ସେନ, ଚିତ୍ରକଳା ଗୁରୁ ବିକାଶ କୁମାର ସାହୁ ଓ ଅଭିନୟ ଗୁରୁ ଦେବାଶିଷ ସମାଲକୁ ଅନୁଷ୍ଠାନ ପକ୍ଷରୁ ଗ୍ରାମୀଣ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁଇ ଦିନ ଧରି ପାୟଲ ମ୍ୟୁଜିକ୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ସଂଗୀତ, ଓଡ଼ିଶୀ ନୃତ୍ୟ, ପାରମ୍ପରିକ ଲୋକ ସଂଗୀତ, ଲୋକ ନୃତ୍ୟ, ସମ୍ବଲପୁର ନୃତ୍ୟ ଓ ଅନୁଷ୍ଠାନର ଚିତ୍ରକଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେଇଥିଲା। ଏହି ଉତ୍ସବ ପରିଚାଳନାରେ ସଞ୍ଜୟ କୁମାର ନାୟକ ,ମିଲନ୍ କୁମାର ଜେନା, ହେମନ୍ତ କୁମାର ସେଠୀ ଓ ଅନୁଷ୍ଠାନର ସମସ୍ତ ଗୁରୁ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading