ଶାଢ଼ୀ ଯୋଗାଇବା ଦାବୀରେ ଖଡ଼ିଅଣ୍ଟା ମିଶନଶକ୍ତି ମହିଳାଙ୍କ ଧାରଣା


ପଟ୍ଟାମୁଣ୍ଡାଇ ତା ୧୦/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳାମାନେ ଗତ ୨୦୨୪ ଜୁନ ମାସ ଠାରୁ ଶାଢ଼ୀ ବାବଦ ଆସିଥିବା ସରକାରୀ ଅର୍ଥ ପ୍ରଦାନ କରାଯାଇନାହିଁ ।  ବ୍ଲକ କତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବୀ ପରେ ଶାଢ଼ୀ ବାବଦ ଅର୍ଥ ନମିଳିବାରୁ ଆଜି ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳା ସୁଚିତ୍ରା ରାଉତ, ପ୍ରମିଳା ବିଶ୍ୱାଳ, ମିନତୀ ଦାଶ, ବିଭାଷିନୀ ସାମଲ, ଶାନ୍ତିଲତା ଦାଶ, ସଂଯୁକ୍ତା ସାମଲ, ପ୍ରଭାତୀ ପରିଡା, ଅଲିଭା ସାମଲ, ଡଲି ଦାସ, ଅନୁସୂୟା ସାମଲ,ରୀନା ରାଉତ, ରୁକ୍ମଣୀ ନାୟକ, ସୀମାରେଖା ଦାସ, ଲତା ରାଉତ, ସରୋଜିନୀ ଧଳ, ଭାରତୀ ରାୟ ପ୍ରମୁଖ ବହୁ ସଂଖ୍ୟକ ମହିଳା ବ୍ଲଜ ସମ୍ମୁଖରେ ଧାରଣା ଦେଇଥିଲେ ।  ପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ବିଡ଼ିଓ ଅଶୋକ ମହାନ୍ତି ଓ ବ୍ଲକ ମିଶନ ଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ଧାରଣାସ୍ଥଳରେ ପହଂଚି ମହିଳାମାନଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । 


Next Post

ସାମ୍ବାଦିକ ଅକ୍ଷୟ ସାହୁ ସମ୍ବର୍ଦ୍ଧିତ

Mon Mar 10 , 2025
ପଟ୍ଟାମୁଣ୍ଡାଇ ତା ୧୦/୩- କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ତଥା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଲୋକନାଥପୁର ମା ଛୁଆଳିଆ ପୀଠରେ ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀସାହୁଙ୍କୁ ମାନପତ୍ର […]

You May Like