
ପଟ୍ଟାମୁଣ୍ଡାଇ ତା ୧୦/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳାମାନେ ଗତ ୨୦୨୪ ଜୁନ ମାସ ଠାରୁ ଶାଢ଼ୀ ବାବଦ ଆସିଥିବା ସରକାରୀ ଅର୍ଥ ପ୍ରଦାନ କରାଯାଇନାହିଁ । ବ୍ଲକ କତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବୀ ପରେ ଶାଢ଼ୀ ବାବଦ ଅର୍ଥ ନମିଳିବାରୁ ଆଜି ଖଡ଼ିଅଣ୍ଟା ପଂଚାୟତ ମିଶନଶକ୍ତି ମହିଳା ସୁଚିତ୍ରା ରାଉତ, ପ୍ରମିଳା ବିଶ୍ୱାଳ, ମିନତୀ ଦାଶ, ବିଭାଷିନୀ ସାମଲ, ଶାନ୍ତିଲତା ଦାଶ, ସଂଯୁକ୍ତା ସାମଲ, ପ୍ରଭାତୀ ପରିଡା, ଅଲିଭା ସାମଲ, ଡଲି ଦାସ, ଅନୁସୂୟା ସାମଲ,ରୀନା ରାଉତ, ରୁକ୍ମଣୀ ନାୟକ, ସୀମାରେଖା ଦାସ, ଲତା ରାଉତ, ସରୋଜିନୀ ଧଳ, ଭାରତୀ ରାୟ ପ୍ରମୁଖ ବହୁ ସଂଖ୍ୟକ ମହିଳା ବ୍ଲଜ ସମ୍ମୁଖରେ ଧାରଣା ଦେଇଥିଲେ । ପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ବିଡ଼ିଓ ଅଶୋକ ମହାନ୍ତି ଓ ବ୍ଲକ ମିଶନ ଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ ଧାରଣାସ୍ଥଳରେ ପହଂଚି ମହିଳାମାନଙ୍କ ସହିତ ଆଲୋଚନା କରି ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।











