ସାମ୍ବାଦିକ ଅକ୍ଷୟ ସାହୁ ସମ୍ବର୍ଦ୍ଧିତ



ପଟ୍ଟାମୁଣ୍ଡାଇ ତା ୧୦/୩- କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ତଥା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଲୋକନାଥପୁର ମା ଛୁଆଳିଆ ପୀଠରେ ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀସାହୁଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ପ୍ରାକ୍ତନ ପଟ୍ଟାମୁଣ୍ଡାଇ ଶିକ୍ଷା ଅଧିକାରୀ ସରୋଜ ବିହାରୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଦାସ, ଗଙ୍ଗାରାମ ହାଇସ୍କୁଲ ପ୍ରଧାନଶିକ୍ଷକ ଚିତ୍ତ ରଞ୍ଜନ କବି ଓ ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ବିଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ । 


Next Post

ଲୋକନାଥପୁର ମା 'ଛୁଆଳିଆପୀଠରେ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା

Mon Mar 10 , 2025
ପଟ୍ଟାମୁଣ୍ଡାଇ ତା୧୦/୩-ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ମଣ୍ଡପରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ରାଜ୍ୟ ମାଧ୍ୟମିକ ଶିକ୍ଷା […]

KANIKA