କେନ୍ଦ୍ରାପଡ଼ା,୧୪ା୩: କେନ୍ଦ୍ରାପଡା ସହରସ୍ଥ ଗୁଲନଗର ମାରୁତି ଛକସ୍ଥିତ ସଂଜୀବନୀ ବିଦ୍ୟାମନ୍ଦିରର ପଞ୍ଚଦଶତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭରତ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଧର ମହାପାତ୍ରଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ସଭା ସମ୍ପାଦକ ନିର୍ମଳ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଇଣ୍ଟରନ୍ୟାସନାଲ ଗୀତା ମିଶନର ଅଧ୍ୟକ୍ଷ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଓ ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତ ଗବେଷଣ ଓ ପ୍ରଚାରକ ବିରଞ୍ôଚ ନାରାୟଣ ଦାସ ଓ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଚିତ୍ତରଞ୍ଜନ ଆଚାର୍ଯ୍ୟ ଯୋଗ ଦେଇଥିଲେ । ସର୍ବପ୍ରଥମେ ବିଦ୍ୟାମନ୍ଦିରର ସଂସ୍କୃତ ଶିକ୍ଷକ ଖଗେଶ ଚନ୍ଦ୍ର କରଙ୍କ ଦ୍ୱାରା ବେଦମନ୍ତ୍ର ପାଠ ସହ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀନ ଗାନ କରାଯାଇଥିଲା । ବିଦ୍ୟାମନ୍ଦିରର ଗୁରୁମା ସ୍ମିତିମୟୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ବିଦ୍ୟାମନ୍ଦିରର ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ଶିଶୁର ସର୍ବାଙ୍ଗୀନ ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଆଜିର ସମାଜ ଅବକ୍ଷୟମୁଖୀ, କଳୁଷିତ । ସେଥିପାଇଁ ଯୁବବର୍ଗ ସଚେତନ ରହିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଶିଶୁର ଆଚାର ବ୍ୟବହାର, ଶିକ୍ଷା , ସଂସ୍କାର ପରିମାର୍ଜିତ କରିବା ପାଇଁ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କମଳା ମହାରଣାଙ୍କୁ ଆଦର୍ଶ ମାତା ପୁରସ୍କାର ପ୍ରଦାନ କରାଯାଇଥିଲା । ଆଦର୍ଶ ଶିକ୍ଷକ ପୁରସ୍କାର ସ୍ୱର୍ଗତ ପ୍ରମିଳା ସାହୁ ସ୍ମାରକୀ ଟ୍ରଫି ଓ ପୁରସ୍କାର ରାଶି ମଞ୍ଜୁଲତା ପରିଡାଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାମନ୍ଦିରର ଚାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୁଦୃଶ୍ୟ, ଦୁଃସାହସିକ ପିରାମିଡ୍ ପ୍ରଦର୍ଶନ କରାଯାଇଥିଲା । ସୁଶ୍ରୀ ନିତୁଶ୍ରୀ ଦାସ ଓ ଆଦ୍ୟାଶା ଦାସ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାମନ୍ଦିର ପରିଚାଳନା କମିଟିର ଉପସଭାପତି କୁଳମଣି ନାୟକ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ସେଠୀ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିରର ଆଚାର୍ଯ୍ୟ କାଳନ୍ଦୀ ସାହଗୁ, ସଦାଶିବ ପଣ୍ଡିତ୍ରା, ରାଜକିଶୋର ସାହୁ, ଗଣେଶ ମିଶ୍ର ଓ ଆଚାର୍ଯ୍ୟା ରତ୍ନମଣୀ ଷଡଙ୍ଗୀ, ସଂଯୁକ୍ତା ପାଣି, ସଞ୍ଜୁବାଳା ନନ୍ଦ, ସୁଭାସିନୀ ରାଉତ ଓ ଗୌରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।