ଗୁଲନଗର ପଞ୍ଚାୟତରେ ଭାଗବତ ପାରାୟଣ ଓ ଦୋଳ ଯାତ୍ରା ମହୋତ୍ସବ ।



କେନ୍ଦ୍ରାପଡା,ତା୧୬/୩-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଶ୍ରୀ ଗୋବିନ୍ଦଜୀଉ ମନ୍ଦିର ପରିସରରେ ୪୨ତମ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ସପ୍ତାହ ମାର୍ଚ୍ଚ ୮ତାରିଖ ଶନିବାର ଠାରୁ ୧୪ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହାପରେ ୧୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଦୋଳ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଶୁକ୍ରବାରଦିନ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଧାଗୋବିନ୍ଦଜୀଉଙ୍କ ନିକଟରେ ନୂତନ ପାଞ୍ଜିକା ପଠନ କରାଯିବା ପରେ ଶ୍ରୀମଦ୍ ଭଗବତ ଗୀତା ଘୃତଯଜ୍ଞ କରାଯାଇ ପାରାୟଣ ଉଦ୍‌ଯାପନ କରାଯାଇଥିଲା । ଦୋଳପୂର୍ଣ୍ଣିମାଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ସୁସର୍ଜ୍ଜିତ ଦୋଳ ବିମାନରେ ରାଧା ଗୋବିନ୍ଦଙ୍କୁ ବିଜେ କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ସହ ଭୋଗଲାଗି କରାଯାଇ ପବିତ୍ର ଦୋଳ ମହୋତ୍ସବ ପାଳନ କରାଯାଉଛି । ରବିବାର ଦିନ ଶ୍ରୀ ଗୋବିନ୍ଦଜୀଉ ମନ୍ଦିର ପରିସରରେ ଦୋଳ ମେଲଣ ଅନୁଷ୍ଠିତ ହୋଯାଇଛି । ଏଥିରେ ବିଭିନ୍ନ ଗ୍ରାମରୁ ୧୨ଟି ଦୋଳ ବିମାନ ସୁ ସଜ୍ଜିତ ବିମାନରେ ଆସି ମନ୍ଦିିର ପରିସରରେ ଏକାଠି ହୋଇଥିଲେ । ସମସ୍ତେ ଭୋଗଲାଗି ହେବାପରେ ନିଜନିଜ ଅଞ୍ଚଳକୁ ଚାଲିଯାଇଥିଲେ । ଗୁଲନଗର ଗ୍ରାମର ଶ୍ରୀ ଗୋବିନ୍ଦ ଜୀୟୁ(ଥାନପତି) ଓ ଗୋପାଳଜୀଉ, ସୁଜାନଗର ଗ୍ରାମର ମଦନମୋହନ, କପାଳେଶ୍ୱର ଗ୍ରାମର ରାଧାମୋହନ, ରଘୁନାଥଜୀଉ, ରାଧାକାନ୍ତଜୀଉ, ଗୋପିନାଥଜୀଉ, ରାଧାକୃଷ୍ଣଜୀଉ,ତିନିମୁହାଣୀ ରାମ ମନ୍ଦିରର ରଘୁନାଥଜୀଉ ପ୍ରମୁଖ ଦୋଳ ଠାକୁର ଏକାଠି ଭୋଗ ଖାଇଥିଲେ । ଏହି ମେଲଣ ଯାତ୍ରାରେ ବିଭିନ୍ନ ପ୍ରକାରର ବାଜା ସହିତ ଘୋଡାନାଚ, ବାଡିଖେଳ, ନିଆଁଖେଳ ପ୍ରମୁଖ ଅନୁଷ୍ଠିତ ହୋଇଥିଲା । ଗ୍ରାମ ଓ ଗ୍ରାମ ବାହାରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ରାଧାଗୋବିନ୍ଦଙ୍କ ସାନିଧ୍ୟ ଲାଭ କରିଥିଲେ । ଏହି ଉତ୍ସବକୁ ଶ୍ରୀ ଗୋବିନ୍ଦଜୀୟୁ ମନ୍ଦିରର କମିଟି ସଦସ୍ୟ ଓ ଗ୍ରାବାସୀମାନଙ୍କ ଦ୍ୱାରା ପରିଚାଳନା ହୋଇଥିଲା ।
ସେହିପରି ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜାନଗର ଗ୍ରାମ ସ୍ଥିତ ତୈଳିକ ବୈଶ୍ୟର ଆରାଧ୍ୟ ଦେବତା ମଦନ ମୋହନ ଜୀୟୁଙ୍କ ମନ୍ଦିରରେ ଦୋଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ମଦନମୋହନଙ୍କ ସମ୍ମୁଖରେ ଚଳିତ ବର୍ଷର ନୂତନ ପଞ୍ଜିକା ପଠନ କରାଯାଇଥିଲା । ଏହି ଅବସରରେ ମନ୍ଦିର ପରିସରରେ ଦାରୁବ୍ରହ୍ମ ଅନୁଷ୍ଠାନ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ସେବନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଲନଗର ପଞ୍ଚାୟତ ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଯୋଗଦେଇ ମଦନମୋହନଙ୍କ ଆର୍ଶୀବାଦ ନେଇଥିଲେ । ଦୋଳପୂର୍ଣ୍ଣିମାଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ସୁସର୍ଜ୍ଜିତ ଦୋଳ ବିମାନରେ ମଦନ ମୋହନଙ୍କୁ ବିଜେ କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯିବା ସହ ଭୋଗଲାଗି କରାଯାଉଥିଲା । ଅନୁଷ୍ଠାନର ସଭାପତି ଭରତ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ପୋରାଧ୍ୟକ୍ଷ ଧିରେନ କୁମାର ସାହୁ, କୁଳମଣି ନାୟକ, ସରୋଜ କୁମାର ସାହୁ, ବସନ୍ତ କୁମାର ସାହୁ, କୁମାରେଶ ସାହୁ, ରାଜୁ କୁବେର, ମୃତ୍ୟୁଞ୍ଜୟ ସାହୁ, ଚିତ୍ତରଞ୍ଜନ ପୃଷ୍ଟି, ଗଣେଶ ପ୍ରସାଦ ସାହୁ, ପଦ୍ମନାଭ ସାହୁ, ପଞ୍ଚାନନ ଗେରୁ, ହଳଧର ସାହୁ ଓ ଅନ୍ୟ ସଦସ୍ୟମାନଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ବାସୀ ସହଯୋଗରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Next Post

କାଠିଆଡାରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍‌ଯାପନ

Sun Mar 16 , 2025
ପଟ୍ଟାମୁଣ୍ଡାଇ, ୧୬ା୩ – ପଟ୍ଟାମୁଣ୍ଡାଇ ବ୍ଳକ ବଡପଡା ପଚାଂୟତ କାଠିଆପଡା ଠାରେ ଅନୁଷ୍ଟିତ ୩୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଦୋଳପୂର୍ଣ୍ଣିମା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପଣ୍ଡିତ ପ୍ରଶାନ୍ତ ପଣ୍ଡାଙ୍କ ତତ୍ୱବଧାନରେ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ଗୁରୁ ପୂଜା, ଧରିତ୍ରୀ ପୂଜା, ସୂର୍ଯ୍ୟପୂଜା, ଗୋପୂଜା. ଶାଲା ମାର୍ଜନା, ଶୌବନାମଗ୍ନୀ ସ୍ଥାପନ, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଣ୍ଡିତ ମାନଙ୍କ […]

KANIKA