ମଦ ଦୋକାନକୁ ବିରୋଧ କଲେ ସାଧାରଣ ମହିଳା।


କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି ଦୁଇଜଣ ଯୁବକ ମଦ ପିଇବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଯୁବକ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ବିଦେଶୀ ମଦ ଦୋକାନ ଆଗରେ ଥିବା ଚଖେଣା ଦୋକାନକୁ ନେଇ ଗଣ୍ଡଗୋଳ ହେଇଥିବା କୁହାଯାଉଛି । ଯାହାକୁ ନେଇ ଓଲଢ଼ି ଗ୍ରାମର ଶତାଧିକ ମହିଳା ମାନେ ଆଜି ଆସି ଚାଖେଣ ଦୋକାନ ଭାଙ୍ଗିବା ସହ ବିଦେଶୀ ମଦ ଦୋକାନ ଭାଙ୍ଗିବା ପ୍ରତିବାଦରେ ହୋହାଲା କରିଥିଲେ । ତେବେ ପାଖରେ ଥିବା ଦୋକାନ ଗୁଡିକ ଭାଙ୍ଗି ପୋଡି ଦେବା ଏବଂ ମଦ ଦୋକାନକୁ ଉଚ୍ଛେଦ ଦାବି କରିଥିଲେ । ଖବର ପାଇ ଡେରାବିଶ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା ଏବଂ ସେଠାରୁ ଆନ୍ଦୋଳନକାରୀ ମାନେ ପଲେଇ ଯାଇଥିଲେ ।


Next Post

ଶେଷ ହେଲା ତନାର ଦୋଳ ମେଲଣ

Tue Mar 18 , 2025
କେନ୍ଦ୍ରାପଡା,୧୭ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ଆବହମାନକାଳରୁ ପାଳିତ ହୋଇ ଆସୁଅଛି। ଚଳିତବର୍ଷ ଏହି ଅବସରରେ ପ୍ରାୟ ୭୨ଟି ବିମାନ ତନାର ଗ୍ରାମ ମୁଣ୍ଡରୁ ରୋଷଣୀକରି ତନାର ମଠ ମେଲଣ ପଡିଆରେ ପହଞ୍ଚିବା ପରେ ସେଠାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା। ଗ୍ରାମବାସୀମାନେ ସମସ୍ତେ ମିଶି ଭୋଗ, ଧୂପ,ଦୀପ ସମର୍ପଣ କରି ବିମାନର ଠାକୁରମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। […]

KANIKA