ଦାଣ୍ଡିସାହି ରେ ଶ୍ରଦ୍ଧାଞ୍ଜଳି ସଭା


ପଟ୍ଟାମୁଣ୍ଡାଇ ତା ୨୩/୩ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଗ୍ରାମର ଡ୍ରାଫ୍ଟସମ୍ୟାନ ଧରଣୀଧର ରାଉତଙ୍କ ପତ୍ନୀ ଧର୍ମପ୍ରାଣା ମହିଳା ଲୀଳାବତୀ ରାଉତଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୋୟାଞ୍ଚଳ ବିକାଶ ମଞ୍ଚର ସମ୍ପାଦକ ଶିକ୍ଷାବିତ୍ ରାଜକୁମାର ବିଶ୍ୱାଳଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ, ପ୍ରେମାନନ୍ଦ ସୁତାର, କବି ସଚିତ୍ର କୁମାର ବେହୁରା, ପ୍ରାକ୍ତନ ସରପଞ୍ଚ ବସନ୍ତ ସ୍ବାଇଁ,ଗୋଲକ ଚନ୍ଦ୍ର ପାତ୍ର, ବ୍ରାହ୍ମଣୀ କଲେଜ ଅଧକ୍ଷ ଡ଼ଃ ଗୌରୀ କୁମାର ସାମଲ, ଭାଗବତ ପଲାଇ,ଗଣେଶ ଚନ୍ଦ୍ର ରାଉତ, ଜନ୍ମେଜୟମଲ୍ଲିକ, ନିରଞ୍ଜନ ପାଢ଼ୀ, ନାରାୟଣ ବିଶ୍ୱାଳ,ନିରଞ୍ଜନ ସୁନ୍ଦରାୟ ପ୍ରମୁଖ ସ୍ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ତ୍ତିକ ଚନ୍ଦ୍ର ରାଉତ, ତୁଷାରକାନ୍ତ ମଲ୍ଲିକ, ଗୁରୁପ୍ରସାଦ ରାଉତ,ଦେବାଶିଷ ରାଉତ,ଗଣେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ। ଶେଷରେ ସୁଭାଶିଷ ରାଉତ ଧନ୍ୟବାଦ ଦେଇଥିଲେ।


Next Post

ହରେକୃଷ୍ଣ ହାଇସ୍କୁଲରେ ବନ୍ଧୁମିଳନ

Tue Mar 25 , 2025
ପଟ୍ଟାମୁଣ୍ଡାଇ ତା ୨୪/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ହରେକୃଷ୍ଣ ହାଇସ୍କୁଲର ୧୯୮୦ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ଓ ପୁରାତନ ଶିକ୍ଷକଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ପୁରାତନ ଛାତ୍ର ଡ଼ ପ୍ରମୋଦ ମହାନ୍ତ, ଇଂ ଅଭୟ ନାୟକ,ଖଗେଶ୍ୱର ମହାନ୍ତି, ମହେନ୍ଦ୍ର ପରିଡା, ପିତାମ୍ବର ମଲ୍ଲିକ, ରାଜେଶ୍ୱରୀ ପଣ୍ଡା, ସଂଯୁକ୍ତା ସାହୁ, ମିନା ପଣ୍ଡା, ଲଷ୍ମୀପ୍ରିୟା ପରିଡା, ଅମୂଲ୍ୟ ପାଢ଼ୀ, ମହେଶ୍ୱର ପଣ୍ଡା, ମନ୍ମଥ ବିଶ୍ୱାଳ, କିଶୋର […]

You May Like