ନିମପୁରଶାସନ ନୋଡାଲ ହାଇସ୍କୁଲରେ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ : ୨୭/୩- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁରଶାସନ ନୋଡାଲ ହାଇସ୍କୁଲରେ ‘‘କୌଶୋର ଅବସ୍ଥାରେ ବାଳିକା ମାନଙ୍କର ଶିକ୍ଷା,ସୁରକ୍ଷା ଏବଂ ସାମାଜିକ ସ୍ଥିତି’’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ କଳେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ରାଜନଗର ମେଡିକାଲ ଅଫିସର ଡାକ୍ତର ରଶ୍ମି ରଂଜନ ମହାନ୍ତି, ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ, ପାତାଞ୍ଜଳି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଯୋଗଗୁର ବିଭୁ ପ୍ରସାଦ ଦାଶ ଯୋଗଦେଇ କୌଷଶାର ଅବସ୍ଥାରେ ବାଳିକା ମାନଙ୍କର ଶିକ୍ଷା ଓ ସୁରକ୍ଷା ଦିଗରେ ମା’ର ଭୂମିକା ଗୁରୁତ୍ବପୁର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମମତା ଷଡ଼ଙ୍ଗୀ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ Iସହକାରୀ ଶିକ୍ଷୟତ୍ରୀ ମୀନତୀ ଜେନା , ଜନ୍ମେଞୟ ସ୍ବାଇଁ, ପ୍ରଜ୍ଞା ମହାଳି, ହରିଶଙ୍କର ନାଥ, , ଅଜୟ ସାହୁ, ଗୀତାଞଳୀ ମିଶ୍ର, ନିବେଦିତା ଦାସ, ହରପ୍ରିୟା ସାହୁ, ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସ୍ମାରକୀ ପ୍ରିୟଦର୍ଶନୀ, ସରସ୍ବତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଚନ୍ଦ୍ରଭାନୁ ମଲ୍ଲିକ, ସ୍କୁଲ କମିଟି ସଭାପତି ବାସୁଦେବ ସେଠୀ, ଗଗନ ବିହାରୀ ଭୂୟାଁ, , ବିଷୁ ଚରଣ ଧଳ ପରିଚାଳନା କରିଥିଲେ Iଶିକ୍ଷୟତ୍ରୀ ମମତା ଷଡଙ୍ଗୀ ଜୟଶ୍ରୀ ପ୍ରଧାନ କବିତା ଆବୃତ୍ତି କରିଥିଲେ। ଶେଷର ଶିକ୍ଷକ ଅଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading