ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ଉତ୍ସବ



କେନ୍ଦ୍ରାପଡା,୩୦ା୩: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ଊନବିଂଶ ବାର୍ଷିକ ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ସ୍ଥାନୀୟ ଗୌରୀଶଙ୍କର ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପୂର୍ଣ୍ଣନନ୍ଦ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ନରୋତ୍ତମ ଜେନା ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ସଭ୍ୟ ହେମନ୍ତ କୁମାର ଜେନା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅତିରିକ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁସାହିତ୍ୟିକା ଡଃ ପ୍ରୀତିପ୍ରତିଭା ଭୋଳ, ବିଶିଷ୍ଠ ଅତିଥି ପ୍ରାକ୍ତନ ପ୍ରାଥମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ବ୍ରଜେନ୍ଦ୍ର କୁମାର ପରିଡା, ମୁଖ୍ୟବକ୍ତା କେନ୍ଦ୍ରାପଡା କଲେଜ ପ୍ରାକ୍ତନ ବରିଷ୍ଠ ଇଂରାଜୀ ଅଧ୍ୟାପକ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସମଲପୁରର ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିଶାକର ମୁଦୁଲି, ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ଜେନା ଓ ସଂଗଠନର ପ୍ରତିଷ୍ଠାତା ଆବାହକ ମନ୍ମଥ କୁମାର ରାୟ ଯୋଗଦାନ କରି ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂଗଠନର ବାର୍ଷିକ ମୁଖପତ୍ର “ସାୟଂପ୍ରଭା” ଚତୁର୍ଥ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ପୂଜ୍ୟପୂଜାର ସମ୍ମାନ ପାଇଁ ବରିଷ୍ଠ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ପରିଦର୍ଶକ ନିଶାକର ମୁଦୁଲି, ବରିଷ୍ଠ ସଭ୍ୟ ଗୌରାଙ୍ଗ ଚରଣ ଶତପଥୀ, ନରେନ୍ଦ୍ର କୁମାର ନାୟକ, ଗୋପୀନାଥ ଦାଶ, ବୃତ୍ତି ଶିକ୍ଷକ ପର୍ଶୁରାମ ପୃଷ୍ଟି, ନୀଳମାଧବ ରାଉତ, ସୁବାଷ ଚନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ମନ୍ତ୍ରୀ, ଉପସଭାପତି କୈଳାସ ଚନ୍ଦ୍ର ପଟ୍ଟନାୟକ, ଅନାମ ଚରଣ ସାହୁ, ଦୋଳଗୋବିନ୍ଦ ସାହୁ, କାମପାଳ ଜେନା, ଅକ୍ଷୟ କୁମାର ସ୍ୱାଇଁ, ଦାଶରଥୀ ନାୟକ, ନିରଞ୍ଜନ ପୋଥାଳ, ନିରଞ୍ଜନ ସାମଲ, ସନାତନ ତରାଇ, ନିରଞ୍ଜନ ନାୟକ, କୈଳାସ ଚନ୍ଦ୍ର ସ୍ୱାଇଁ, ସୋମନାଥ ପଢିହାରୀ, ସଞ୍ଜୟ କୁମାର ଆଚାର୍ଯ୍ୟ, ନରୋତ୍ତମ ବେହେରା, ନରହରି ପାତ୍ର, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ଅଜୟ କୁମାର ପରିଡା, ମାଗୁଣି ଚରଣ ବିଶ୍ୱାଳ, ନନ୍ଦ କିଶୋର ସ୍ୱାଇଁ, ପାବନି କୁମାର ରାଉତ, ବାଉରୀବନ୍ଧୁ ମୁଦୁଲି ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପତ୍ରିକା ସମ୍ପାଦକ କାଶୀନାଥ ରାଉତରାୟ, ଦୋଳଗୋବିନ୍ଦ ସାହୁ, ଅନାମ ଚରଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ସଭ୍ୟ ବିଜୟ କୁମାର ନାଥ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


Next Post

ବ୍ରାହ୍ମଣୀ ବ୍ଲକ ଗଠନ ଦାବୀକୁ ଜୋରଦାର କଲା ବ୍ଲକ ଗଣସଂଗ୍ରାମ ସମିତି

Wed Apr 2 , 2025
ପଟ୍ଟାମୁଣ୍ଡାଇ ତା ୨/୪- -କେନ୍ଦ୍ର ସରକାର ନିର୍ବାଚନମଣ୍ଡଳୀ ପୁନଃ ଗଠନ ପାଇଁ ପଦକ୍ଷେପ ନେଇଥିବାରୁ ରାଜ୍ୟ ସରକାର ପ୍ରଶାସନିକ ସୁବିଧା ପାଇଁ ବ୍ଲକ ପୁନଃ ଗଠନ କରିବା ପାଇଁ ଯୋଜନା କରୁଛନ୍ତି । ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକର ଉପାନ୍ତ ଧୋୟାଞ୍ଚଳ ବନ୍ୟା ବିପନ୍ନ ପଂଚାୟତକୁ ନେଇ ବ୍ରାହ୍ମଣୀ ବ୍ଲକ ଗଠନ ପାଇଁ ଧୋୟାଞ୍ଚଳବାସୀ ଦୀର୍ଘ ଦିନ ହେବ ଦାବୀ କରିଆସୁଛନ୍ତି । ବ୍ରାହ୍ମଣୀ ନଦୀ ଅବବାହିକାରେ […]

KANIKA