ସମାଜସେବୀଙ୍କ ଅକାଳ ବିୟୋଗ



କେନ୍ଦ୍ରାପଡା,୧୪ା୫: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୧୧ୱାର୍ଡ ନିବାସୀ ଉମାକାନ୍ତ ଗୁରୁଙ୍କ ଗତ ୧୪ ତାରିଖ ସକାଳେ ତାଙ୍କ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଛି । ଏହି ଖବର ପାଇ ସ୍ଥାନୀୟ ଜୟୀପୁରା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଉମାକାନ୍ତ ଗୁରୁ ଜଣେ ମିଷ୍ଠଭାଷି ଏବଂ ପରଉପକାରୀ ଦରଦୀ ମଣିଷଟିଏ ଥିଲେ । ଜିଲ୍ଲାର ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ରାପଡା ବାଲିଯାତ୍ରା କମିଟିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ । ହଠାତ ତାଙ୍କର ଏହିଭଳି ହୃଦଘାତରେ ଅକାଳ ବିୟୋଗ ତାଙ୍କର ଆତ୍ମୀୟ ପ୍ରିୟଜନଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କ ଶେଷ ଦର୍ଶନ ପାଇଁ ସାଙ୍ଗ ସାଥି, ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ଗହଳି ଦେଖିବାକୁ ମିଳିଥିଲା ।


Next Post

ପଟ୍ଟାମୁଣ୍ଡାଇରେ ନାରଦ ଜୟନ୍ତୀ ଭ୍ରମାତ୍ମକ ଖବର ପରିବେଷଣ ସମାଜ ପାଇଁ କ୍ଷତିକାରକ

Wed May 14 , 2025
  ପଟ୍ଟାମୁଣ୍ଡାଇ ୧୪/୫- ସାମ୍ପ୍ରତିକ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ବିଶେଷ ଉନ୍ନତି ହୋଇ ଥିବାରୁ ପ୍ରତି ମୁହୂର୍ତ୍ତର ଖବର କ୍ଷଣିକେ ପହଂଚି ଯାଉଛି I କିନ୍ତୁ ବହୁ ସମୟରେ ଦେଶ ଓ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ସମ୍ବଳିତ ଖବର ପ୍ରସାର ଫଳରେ ସମାଜର ଅଶେଷ କ୍ଷତି ସାଧିତ ହେଉଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ସରସ୍ବତୀ […]

KANIKA