ଅପରେସନ ସିନ୍ଦୁର ସଫଳତା , ଡାମରପୁରରେ ତ୍ରିରଙ୍ଗା ଯାତ୍ରା



ପଟ୍ଟାମୁଣ୍ଡାଇ ତା ୨୪/୫- କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି ।  ଭାରତବର୍ଷର ଏକତା ଅଖଣ୍ତତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଠାରେ ରାଷ୍ଟ୍ରୀ ସୁରକ୍ଷା ନାଗରିକ ସମିତି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା ।  ଡାମରପୁର ପଂଚାୟତର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ତ୍ରିରଙ୍ଗା ଯାତ୍ରା ଶେଷ ହୋଇଥିଲା । ମୀ ସେଠୀ ରାଜକିଶୋର ଦାସ, ସଂଜୟ ସାହୁ, ଅଜୟ ଦାସ ବିଘ୍ନେଶ୍ୱର ମଲିକ,ରାଜକୁମାର ପଲାଇ, ସୁଶୀଲ ଦାସ,ଅରୂପାନନ୍ଦ ପରିଡା,ସନ୍ତୋଷ ନାୟକ,ଉତ୍ତମ ଜେନା, କାଶୀନାଥ ବେହେରା, ଅର୍ଜୁନ ସାହୁ, ଦିବାକର ବେହେରା, ଆଲୋକ ମଲିକ, ଭ୍ରମରବର ନାୟକ ରାହାସ ମଲିକ,ପ୍ରସାଦ ମଲିକ, ସନ୍ତୋଷ ଦାସ,କାଳନ୍ଦୀ ମଲିକ, ଜଗନ୍ନାଥ ପ୍ରଧାନ, ସନାତନ ଦାସ, ହୃଷିକେଶ ଜେନା,ବିଭୁତି ଭୂଷଣ ପଣ୍ଡା, ବିବେକାନନ୍ଦ ସୂତାର, ଆଶିଷ ନାୟକ,ଗଣେଶ୍ୱର ବେହେରା, ବିଭୁତି ରାଉତ,ପ୍ରମୋଦ ସୂତାର ସୁଦର୍ଶନ ପ୍ରଧାନ ପ୍ରମୁଖ ବହୁ ବିଜେପି ନେତା କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଡାମରପୁର ପଂଚାୟତର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ ।