ଫୋରଡ ବାୟା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ପାଳିତ



କେନ୍ଦ୍ରାପଡା ୧୦/୭ – ପବିତ୍ରବ୍ୟାସ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଫୋରଡ ଗ୍ରାମର ପୁଣ୍ୟତୋୟା ଗୋବରୀ ନଦୀ ତଟ ଦେଶରେ ମହାନ୍ ସନ୍ଥ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ସଂସ୍ଥାପିତ ବାୟା ଆଶ୍ରମରେ ଗୁରୁ ପୂର୍ଣ୍ଣିମା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ବେଳେ ଆଶ୍ରମର ମହନ୍ତ ହୃଷୀକେଶ ଦାଶ ମହାରାଜଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ରାଧାରମଣ ଦେବ ରାମଦାସ ବାବାଜୀ ମହାରାଜ, ନାମାଚାର୍ଯ୍ୟ ବାୟାବାବାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଅଖଣ୍ଡ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ପରେ ଗୁରୁ ପୂଜନ, ଗୁରୁ ବନ୍ଦନ କରାଯାଇ ଭଜନ ଏବଂ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅପରାହ୍ନ ସାଢ଼େ ବାରଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ବାବାଜୀ ହୃଷୀକେଶ ଦାଶଙ୍କ ଅଧ୍ୟକ୍ଷତାରେରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ଆଧ୍ୟାତ୍ମିକ ସଭାରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଏବଂ ଭାବଗ୍ରାହୀ କଳା ନିକେତନର ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ବିଶ୍ୱର ସମସ୍ତ ସଦ୍ ଗୁରୁମାନଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଆଶ୍ରମ ତରଫରୁ ଦିବ୍ୟ ଜୀବନ ସଂଘର ମହାନ୍ ସନ୍ଥ ସ୍ୱାମୀ ଧ୍ୟାନାନନ୍ଦ ସରସ୍ୱତୀଙ୍କ ସ୍ମୃତି ଚାରଣ କରାଯିବା ସହିତ ଧର୍ମପ୍ରାଣ ତଥାବାୟାପ୍ରେମୀ ସ୍ୱର୍ଗୀୟା ସରୋଜିନୀ ପରିଡାଙ୍କୁ ପୁଣ୍ୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପବିତ୍ର ଅବସରରେ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଦ୍ୱାରା ନିବେଦିତ ଏବଂ ବିମଳ ପ୍ରସାଦ ପରିଡାଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଦେଶାତ୍ମବୋଧକ ଓ ଭକ୍ତି ସଙ୍ଗୀତଜ୍ଞ ଆଲବମ୍ ଉତ୍କଳ ଲୋକାର୍ପିତ ହୋଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ,ନୀଳମଣି ନାୟକ, ଲିପକା ବାରିକ, ଜ୍ଞାନେନ୍ଦ୍ର ଜେନା, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଶ୍ରୀନିବାସ ସ୍ୱାଇଁ, କେଶବ ଜେନା, ଅଭିରାମ ସ୍ୱାଇଁ, ପଦ୍ମନାଭ ଲେଙ୍କା, ନିରଞ୍ଜନ ନାୟକ, ଯମପଡା ମଠ ମହନ୍ତ ଅନାଦି ବାବା, ପଣ୍ଡିତ ଅଭୟ ଶତପଥି, ବିଶ୍ୱନାଥ ପଣ୍ଡା, ଆରତୀ ଜେନା, ଲକ୍ଷ୍ମୀପ୍ରିୟା ଜେନା, ପର୍ଶୁରାମ, ଅନନ୍ତ ବାରିକ, ବିଜୟ ମହାରଣା, ସାବିତ୍ରୀ ମହାପାତ୍ର, ସବିତା ମୁଦୁଲି, ପ୍ରଭାତୀ ଜେନା, ଅଞ୍ଜନା ଜେନା, ରାଜଲକ୍ଷ୍ମୀ ଜେନା ସୁମନ୍ତ କିଶୋର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଛଘରିଆ ବଟ ମହାପୁରୁଷ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ ସୁନ୍ଦର ସଂକୀର୍ତ୍ତନ କରିଥିଲେ। ବିମଳ ପରିଡା ଅକ୍ଷୟ ମହାନ୍ତିଙ୍କ ଭୀମଭୋଇ ଭଜନ ଗାଇଥିଲେ। ଆଞ୍ଚଳିକ କଳାକାରମାନେ ଭଜନ ପରିବେଷଣ କରିଥିଲେ। ମଠ ତରଫରୁ ସମସ୍ତଙ୍କୁ ଆଜ୍ଞା ମାଳ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମହନ୍ତ ହୃଷୀକେଶ ଦାଶ ମହାରାଜ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading