ଓଡ଼ିଶୀ ନୃତ୍ୟଗୁରୁ ସୁଶ୍ରୀ ଭାନୁପ୍ରିୟାଙ୍କୁ ବଙ୍ଗରତ୍ନ ସମ୍ମାନ



କେନ୍ଦ୍ରାପଡ଼ା,୧୧/୭: ଓଡ଼ିଶୀ ନୃତ୍ୟଗୁରୁ କେନ୍ଦ୍ରାପଡ଼ା ମାଟିର ଝିଅ ଭାନୁପ୍ରିୟା ଖଟୁଆଙ୍କୁ ବଙ୍ଗରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ଭାରତ ସରକାରଙ୍କ ଅଧିନସ୍ଥ କଲଚରାଲ ଡ଼େଭଲମେଣ୍ଟ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମବଙ୍ଗର କୋଲକାତା ଠାରେ ଆୟୋଜିତ ଆନ୍ତର୍ଜାତୀୟ ମେଗା ସୁପରକ୍ଲାସ୍ ଡ଼୍ୟାନ୍ସ ଓ ମ୍ୟୁଜିକ୍ ଫେଷ୍ଟିଭାଲ ରେ ସୁଶ୍ରୀ ଭାନୁପ୍ରିୟାଙ୍କୁ ଏହି ସମ୍ମାନ ମିଳିଛି । କେନ୍ଦ୍ରାପଡ଼ାର ସର୍ବପ୍ରାଚୀନ ଗୋକୁଳ ଚନ୍ଦ୍ର ସଂଗୀତ ସଦନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଥିବା ସୁଶ୍ରୀ ଭାନୁପ୍ରିୟା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଏକାକୀ ଓ ନିଜର ଛାତ୍ରୀମାନଙ୍କ ସହିତ ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସମବେତ ହଜାର ହଜାର ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ବିଚାରକ ମଣ୍ଡଳୀ ତାଙ୍କୁ ଶତ ପ୍ରଶଂସା କରିବା ସହିତ ବଙ୍ଗଶ୍ରୀ ସମ୍ମାନ ପାଇଁ ମନୋନୀତ କରିଥିଲେ । ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନୃତ୍ୟ ଗୁରୁ ତଥା ଗବେଷକ ଡ଼. ଅର୍ପିତା ଚାଟାର୍ଜୀଙ୍କ ଠାରୁ ସୁଶ୍ରୀ ଭାନୁପ୍ରିୟା ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଆଇଆଇସିଏଟି ଇଣ୍ଡିଆ ଚପ୍ଟରର କଲଚରାଲ ଉଙ୍ଗିସ୍‌ର ସଭାପତି ଡ଼.ଉପେନ୍ଦ୍ର କୁମାର ଶର୍ମା ଉପସ୍ଥିତ ଥିଲେ । ସୁଶ୍ରୀ ଭାନୁପ୍ରିୟା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେବେ ବଙ୍ଗଶ୍ରୀ ସମ୍ମାନ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।


Next Post

ନିର୍ମାଣାଧିନ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁଯନ୍ତା

Tue Jul 15 , 2025
ଦୁର୍ଘଟଣାରେ ଦୁଇ ଗୁରୁତର, ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ଓ ଠିକାସଂସ୍ଥାକୁ ଦାୟୀ କଲେ ଜନସାଧାରଣ ଡ଼େରାବିଶ ୧୪ । ୦୭ (ବେବର୍ତା ଅଜୟ ଦାସ) – ଚଣ୍ଡିଖୋଲ ପାରାଦ୍ୱୀପ ୫୩ ନମ୍ବର ଜାତୀୟ ରାଜପଥର ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭୁଲୁକା ଗ୍ରାମର ସରୋଜ କୁମାର ଜେନା(୫୨) […]

You May Like