ବୃକ୍ଷରୋପଣ ଓ ପରିବେଶ ସଚେତନତା



କେନ୍ଦ୍ରାପଡ଼ା,୧୪ା୭: ଦିନକୁ ଦିନ ନଷ୍ଟ ହୋଇଯାଉଥିବା ପରିବେଶରେ ପ୍ରକୃତି ତା’ର ସନ୍ତୁଳନ ହରାଇବସିବା ସହ ଅସମୟରେ ପ୍ରାକୃତିକ ବିପର୍ଯ୍ୟୟ ସହ ଋତୁଚକ୍ରରେ ପରିବର୍ତ୍ତର୍ନ ହେବାରେ ଲାଗିଲାଣି । ଆଗାମୀ ପିଢ଼ି ଏକ ସବୁଜ ସୁନ୍ଦର ପୃଥିବି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ସାରାବିଶ୍ୱ ବର୍ତ୍ତମାନ ପରିବେଶ ସୁରକ୍ଷା ଚିନ୍ତାରେ ପଡିଯାଇଛି। ଏହାକୁ ସାକାର କରିବା ପାଇଁ କେନ୍ଦ୍ରାପଡ଼ାର ଶିବାୟ ଟିଉଟୋରିଆଲର ଛାତ୍ରଛାତ୍ରୀଙ୍କ ଉଦ୍ୟମରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ବେଲ ମଙ୍ଗଳା ରୋଡ଼ରେ ୨୦ରୁ ଊର୍ଦ୍ଧ୍ୱ ବଉଳ, କଦମ୍ବ, ପଣସ, ନିମ ଓ କୃଷ୍ଣଚୁଡା ପ୍ରଭୁତି ବୃକ୍ଷର ଚାରା ରୋପଣ କରାଯିବା ସହ ଶତାଧିକ ଚାରା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଟିଉଟୋରିଆଲର ମୁଖ୍ୟ ରଜନୀକାନ୍ତ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗର (ମମତା) ଡିପିସି ମନୋରଞ୍ଜନ ଦାସ, ପଟ୍ଟାମୁଣ୍ଡାଇ ବ୍ଲକର (ମମତା) ପିଏ ପ୍ରମୋଦ ସିଂ, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ସମାଜସେବୀ ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଚାରାରୋପଣ କରିିଥିଲେ ।


Next Post

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରାପଡାର ତେଜ ତନ୍ମୟ ପ୍ରଥମ

Sat Jul 26 , 2025
କେନ୍ଦ୍ରାପଡ଼ା,୨୫ା୭:ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ […]

KANIKA