ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରାପଡାର ତେଜ ତନ୍ମୟ ପ୍ରଥମ



କେନ୍ଦ୍ରାପଡ଼ା,୨୫ା୭:ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ ଏକାଡେମୀର ମୁଖ୍ୟ ସଚିବ ଦେବପ୍ରସାଦ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ତେଜ ତନ୍ମୟଙ୍କୁ ମୋମେଣ୍ଟୋ, ପ୍ରମାଣପତ୍ର ଓ ୫ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏହି ଉତ୍ସବରେ ସାହିତ୍ୟ ଏକାଡେମୀର ସଭାପତି ଚନ୍ଦ୍ରଶେଖର ହୋତା ସଭାପତିତ୍ୱ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତନ୍ମୟ ୪ଟି ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ସାରିଲେଣି। ତନ୍ମୟ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେଣ୍ଟକେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅୟୋଜିତ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ଆସୁଛନ୍ତି। ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ତନ୍ମୟଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଉତରତ୍ତୋର ଉନ୍ନତି କାମନା କରିଛନ୍ତି।


Next Post

ବିପ୍ଲବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

Sat Jul 26 , 2025
କେନ୍ଦ୍ରାପଡ଼ା,୨୫ା୭ : ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ନୂତନ ଜିଲ୍ଲାପାଳ ରଘୁରାମ ଆର.ଆୟାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କମିଟି ସଭାପତି ବରିଷ୍ଠ ଆଇନିଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ପରାମର୍ଶ କ୍ରମେ କମିଟି ସାଧାରଣ ସମ୍ପାଦକ ଆଇନିଜୀବୀ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଂଯୋଜକ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ, ଗୋଲଖ ପରିଡା, ନିରଞ୍ଜନ ବଳ, ଅକ୍ଷୟପ୍ରିୟ ଦାସ, ଗବେଷକ ନିରଞ୍ଜନ ମେକାପ, ଉପଦେଷ୍ଟା […]

KANIKA