ଅବସର କାଳୀନ ସମ୍ବର୍ଦ୍ଧନା ସଭା



କେନ୍ଦ୍ରାପଡା ୨୫/୭- କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀ ବଳଦେବଜୀଉ ମନ୍ଦର ନିକଟସ୍ଥ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାଶଙ୍କ ସଭାପତିତ୍ୱରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରୁ ନିକଟରେ ଅବସର ନେଇଥିବା ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି କରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସଭାରେ ଇଚ୍ଛାପୁର କ୍ଲଷ୍ଟର୍‌ର ସାଧନ ସପ୍ସଯୋଜକ ବିଭୁପ୍ରସାଦ ନାୟକ, ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ଦେପୁରର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକ, ଗୋବରୀ ଉଚ୍ଚ ବିଦ୍ୟାଳୟ, ନରଣପୁରର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ମିଶ୍ର ଓ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷୟିତ୍ରୀ ହରିପ୍ରିୟା ଦାଶ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ କରଙ୍କ ଶିକ୍ଷକତା ଜୀବନର ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାଶ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି କରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ବିଭିନ୍ନ ଉପହାର ଦେଇ ସମ୍ମାନୀତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ନିର୍ମଳ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ।


Next Post

ବିଦ୍ୟାଳୟସ୍ତରୀୟ ବନମହେତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

Sat Jul 26 , 2025
କେନ୍ଦ୍ରାପଡା,୨୫ା୭: କେନ୍ଦ୍ରାପଡା ଜିଲ୍ଲା କୁହୁଡିଠାରେ ସିଦ୍ଧମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁବାର ଦିନ ବିଦ୍ୟାଳସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ମଣ୍ଡଳିଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ମୁଖ୍ୟ ଅତିଥି ଓ ବ୍ଲକ ଇକୋକ୍ଲବ ସଂପାଦକ ପ୍ରଫୁଲ କୁମାର ମହାପାତ୍ର ମୁଖ୍ୟବକ୍ତା, ସମ୍ମାନୀତ ଅତିଥିଭାବେ ନିକଟରେ ପ୍ରକୃତିବନ୍ଧୁ ପୁରଷ୍କାର ପାଇଥିବା ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ଇକୋକ୍ଲବ […]

KANIKA