ବିଦ୍ୟାଳୟସ୍ତରୀୟ ବନମହେତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ



କେନ୍ଦ୍ରାପଡା,୨୫ା୭: କେନ୍ଦ୍ରାପଡା ଜିଲ୍ଲା କୁହୁଡିଠାରେ ସିଦ୍ଧମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁରୁବାର ଦିନ ବିଦ୍ୟାଳସ୍ତରୀୟ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ମଣ୍ଡଳିଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ମୁଖ୍ୟ ଅତିଥି ଓ ବ୍ଲକ ଇକୋକ୍ଲବ ସଂପାଦକ ପ୍ରଫୁଲ କୁମାର ମହାପାତ୍ର ମୁଖ୍ୟବକ୍ତା, ସମ୍ମାନୀତ ଅତିଥିଭାବେ ନିକଟରେ ପ୍ରକୃତିବନ୍ଧୁ ପୁରଷ୍କାର ପାଇଥିବା ବିଦ୍ୟାଳୟର ଅବସର ପ୍ରାପ୍ତ ପୂର୍ବତନ ଇକୋକ୍ଲବ ଶିକ୍ଷକ ଭଗବାନ ସାହୁ, ଗରଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ, ମଣିନାଗେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ସ୍ୱାଇଁ, ମହାକାଳପଡା ବ୍ଲକ ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ମହାପାତ୍ର, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦୈତାରି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅତିଥିମାନେ ଗଛର ଉପାଦେୟ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଗଛ ଲଗାଇବା ଓ ତାର ରକ୍ଷଣବ୍ୟକ୍ଷଣ କରିବାକ ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ପ୍ରକୃତିବନ୍ଧୁ ପୁରଷ୍କାର ପ୍ରାପ୍ତ ଶିକ୍ଷକ ଭଗବାନ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଙ୍ଗୀତ ଗାନ କରାଯାଇଥିଲା ବିଦ୍ୟାଳୟ ଇକୋକ୍ଲବ ଶିକ୍ଷକ ଶ୍ରୀ ସର୍ବଶ୍ୱେର ନାୟକ ଧନ୍ୟବାଦ ଅର୍ପଣ କରିବା ସହ ଆଜି ସଭାର ଉଦ୍ଧେଶ୍ୟଜ୍ଞାପନ କରିଥିଲେ । ବୃକ୍ଷେରାପଣର ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଦ୍ୟାଳୟର ଚତୁର୍ଥଶ୍ରେଣୀ କର୍ମଚାରୀ ଜ୍ୟୋତିରଂଜନ ଚୈାଧୁରୀ, ଶରତ କୁମାର ନାୟକ, ନବଘନ ନାୟକ ଓ ରମେଶ ସାମଲଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାରେ ବୃତ୍ତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ୍ ଓ ଟ୍ରଫି ଦେଇ ପୁରଷ୍କୃତ କରାଯାଇଥିଲା । ଶିକ୍ଷକ ରାଜକିଶୋର ରାଉତ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ପ୍ରଣତୀ ସାହୁ, କଳ୍ପନା ଦାସ, ସସ୍ମିତା ଦାସ ଓ ଶିକ୍ଷକ ଶୁଭଦୀପ୍ତ ପାତ୍ର ସହେଯାଗ କରିଥିଲେ । କର୍ମଚାରୀମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ରଣା ଓ ଅନ୍ୟାମାନେ ସହେଯାଗ କରିଥିଲେ ।


Next Post

ବସ ଧକ୍କାରେ ୨ସ୍କୁଟି ଆରୋହୀ ଶଳା ଭିଣୋଇଙ୍କ ମୃତ୍ୟୁ , ପ୍ରତିବାଦରେ ଉତ୍ୟକ୍ତ ଲୋକଙ୍କ ଟାୟାର ଜାଳି ରାସ୍ତାରୋକ

Sat Jul 26 , 2025
ପଟ୍ଟାମୁଣ୍ଡାଇ ତା ୨୬/୭- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ଛକରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ବସ ଧକ୍କା ରେ ଦୁଇ ସ୍କୁଟି ଆରୋହୀ ଶଳା ଭିଣୋଇ ଙ୍କ ମୃତ୍ୟୁ ଘଟିଛି ।  ପ୍ରତିବାଦରେ ଉତ୍ୟକ୍ତ ଲୋକମାନେ ପଟ୍ଟାମୁଣ୍ଡାଇ- ମଦନପୁର- ରାଜନଗର ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । […]

KANIKA