ପଟ୍ଟାମୁଣ୍ଡାଇ ତା ୨୬/୭- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ଛକରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ ଧକ୍କା ରେ ଦୁଇ ସ୍କୁଟି ଆରୋହୀ ଶଳା ଭିଣୋଇ ଙ୍କ ମୃତ୍ୟୁ ଘଟିଛି । ପ୍ରତିବାଦରେ ଉତ୍ୟକ୍ତ ଲୋକମାନେ ପଟ୍ଟାମୁଣ୍ଡାଇ- ମଦନପୁର- ରାଜନଗର ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରକାଶ ଯେ ଆଜି ଅପରାହ୍ନରେ ବଳଭଦ୍ରପୁର -ଦାଣ୍ଡି ରାସ୍ତା ଦେଇ ଏକ ସ୍କୁଟି ଯୋଗେ ସମାଜସେବୀ ସରୋଜ ଧଳ (୫୭)ଓ ତାଙ୍କ ଶଳା ଲମ୍ବୋଦର ପ୍ରଧାନ (୪୫)ମଦନପୁର ଛକକୁ ଆସୁଥିବାବେଳେ ବିପରୀତ ଦିଗ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଶୁଭଶ୍ରୀ ଯାତ୍ରୀବାହୀ ବସ ଉଭୟ ଭିଣୋଇ ସରୋଜ ଓ ଶଳା ଲମ୍ବୋଦର ଙ୍କୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଉଭୟ ଶଳା ଓ ଭିଣୋଇ ଙ୍କ ମୃତ୍ୟୁ ଘଟିଛି ।ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଟାୟାର ଜାଳି ପଟ୍ଟାମୁଣ୍ଡାଇ – ମଦନପୁର – ରାଜନଗର ରାସ୍ତାରେ ରାସ୍ତାରୋକ କରିଥିଲେ । ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ଶାନ୍ତ କରିବା ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା,ପୂର୍ବତନ ସରପଞ୍ଚ ବାବାଜୀ ଧଳ, ଶିକ୍ଷାବିତ ଗୌରାଙ୍ଗ ମହାନ୍ତି ଓ ମନ୍ମଥ ମଲିକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉଭୟ ଭିଣୋଇ ସରୋଜ ଓ ଶଳା ଲମ୍ବୋଦରଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ଆଣିଥିଲେ । ଗ୍ରାମାଞ୍ଚଳ ଥାନା ପୋଲିସ ଏକ ମୋକଦମା ରୁଜୁ କରି ବସ ଦୁର୍ଘଟଣାରେ ମୃତ ଶବ ଦୁଇଟିକୁ ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନାକୁ ପଠାଇବା ସହିତ ଦୁର୍ଘଟଣାର ଛାନଭିନ୍ନ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇ ଥିବା ବସକୁ ପୋଲିସ ଜବତ କରିଛି । ସମାଜସେବୀ ସରୋଜ ଧଳଙ୍କ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ ଜେନା, ବରିଷ୍ଠ ନେତା ନୃସିଂହ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
kanikanews.in
Next Post
ପେଣ୍ଠପାଳ ଓ ସିଂହଗାଁ ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
Sat Jul 26 , 2025
ପଟ୍ଟାମୁଣ୍ଡାଇ ତା ୨୬/୭-କେନ୍ଦ୍ରାପଡ଼ା ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତରେ ଆସି ବନ୍ୟା ପରବର୍ତୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ଆୟାର ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ସିଂହଗାଁ ପଂଚାୟତର କୃଷ୍ଣ ଦାସପୁର ଓ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହି ପରିଦର୍ଶନ କରି ବନ୍ୟା ପରବର୍ତୀ ସ୍ଥିତି ଓ ବନ୍ୟା ମୁକାବିଲା କ୍ଷେତ୍ରରେ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ […]

You May Like
- 9 months ago
ବ୍ରାହ୍ମଣୀ କଲେଜରେ ସପ୍ତାହବ୍ୟାପି ବୃକ୍ଷରୋପଣ କାର୍ଯ୍ୟକ୍ରମ
- 5 months ago
ପୋଖରୀଆପଡା ସ୍କୁଲରେ ନିପୁଣ ମେଳା
- 1 year ago
ପାଣି ପାଇଁ ପରକୁଳବାସୀ ଦହଗଞ୍ଜ