ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୨୭/୭ -ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ପୌରପରିଷଦ ୧୦ ନମ୍ୱର ୱାର୍ଡ ୨୨୯ ନମ୍ୱର ବୁଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଜପା ରାଜ୍ୟପରିଷଦ ସଦସ୍ୟ ସୁନାକର ବେହେରା ଯୋଗ ଦେଇ ମନ କି ବାତ ଶୁଣିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାରା ଦେଶର ନାଗରିକଙ୍କୁ ଦେଶର ବିଭିନ୍ନ ସମସ୍ୟା, ସମାଧାନ ଓ ଦେଶପ୍ରେମ ଜାଗ୍ରତ କରି ସୁଦୃଢ ରାଷ୍ଟ୍ର ଗଠନ ପାଇଁ ବାର୍ତା ଦେଇଥିବା ପ୍ରକାଶ କରି ଥିଲେ। ଏଥିରେ ଭାଜପା ଯୁବ ନେତା ଆଇନଜୀବୀ ଭାରତ ଭୁଷଣ ଦାସ , ଆଇନଜୀବୀ ପ୍ରମୋଦ ସାହୁ, କାଉନସିଲର ବିଦ୍ୟାଧର ସେଠୀ, ପୂର୍ବତନ ନଗର ଭାଜପା ସଭାପତି ପଦ୍ମନାଭ ପଣ୍ଡା ଓ ଉପେନ୍ଦ୍ର ନାୟକ, ଜିଲ୍ଲା ଭାଜପା ସମ୍ପାଦକ ଚନ୍ଦନ ପାତ୍ର, ପୂର୍ବତନ କାଉସିଲର ପଦକ୍ଷରବିନ୍ଦ ସାହୁ, ମନୋଜ ନାୟକ, ସମୀର ପାତ୍ର, ସୁଧାଂଶୁ ଯେନା, ଭରତ ଭଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଭାପତି ସରସ୍ୱତୀ ସାହୁ ଓ ରିଲିୟା ମଲିକ, ସମ୍ପାଦକ ପୁଷ୍ପଲତା ମଲିକ, ବେବିନା ସାହୁ, ମମତା ସାହୁ, ବିଦୁଲତା ସାହୁ ପ୍ରମୁଖ ଶତାଧିକ କକ୍ଷର୍ଯ୍ୟକର୍ତା ଯୋଗ ଦେଇଥିଲେ। ଶେଷରେ ଆଇନଜୀବୀ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ।


Next Post

ଡାକ୍ତରଖାନା ଟେଣ୍ଡରରେ ଅନିୟମିତା ଅଭିଯୋଗ

Tue Jul 29 , 2025
କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଅବହେଳା ପରେ ଏବେ ଟେଣ୍ଡର ପରିଚାଳନାରେ ଅନିୟମିତତା ହେଉଛି । ଏପରି ଅଭିଯୋଗ ଉତ୍କଳ ଏଣ୍ଟରପ୍ରାଇଜର୍ସର ମାଲିକ ଶେଖ ମହମ୍ମଦ ନିୟାଜଉଦ୍ଦିନ ଆଣି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗତ ଜୁନମାସ ୧୨ ତାରିଖରେ ଡାକ୍ତରଖାନାର ଆଇଇସି […]

KANIKA